MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବାବା କପିଳେଶ୍ୱରଦେବଙ୍କ ନିଆରା ବାହୁଡା ଯାତ୍ରା।


ଖୋର୍ଦ୍ଧା : ୨୧/୦୪ : ପ୍ରାଚୀନ ଶୈବପୀଠ ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକ ଡିଆସ୍ଥିତ ଶ୍ରୀ ଶ୍ରୀ କପିଳେଶ୍ୱର ଦେବଙ୍କ ଅଶୋକାଷ୍ଟମୀ ରଥଯାତ୍ରାର ୪ଦିନ ପରେ ନିଆରା ବାହୁଡା ଯାତ୍ରା।ରାତିର ନିଶାର୍ଦ୍ଧରେ ଗହିର ବିଲ ମାଳରେ ଗଡିଥାଏ କପିଳେଶ୍ୱରଦେବଙ୍କ ବିଜୟା ରଥ।ପୁରୀ ଶ୍ରୀ ମନ୍ଦିର ସହିତ କପିଳେଶ୍ୱର ଦେବଙ୍କ ସଂମ୍ପର୍କ ରହିଛି।ଗଜପତି ମହାରାଜା କପିଳେନ୍ଦ୍ର ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀ ଶ୍ରୀ କପିଳେଶ୍ୱର ଦେବଙ୍କ ପୀଠରେ ଅନୁଷ୍ଠିତ ହେବ ଅଶୋକାଷ୍ଟମୀ ରଥଯାତ୍ରା କପିଳେଶ୍ୱରଦେବ ୪ଦିନ ଡିଆ ଗ୍ରାମସ୍ଥିତ ମାଉସୀ ମା ମନ୍ଦିର ରେ ରହିବା ପରେ ରଥାରୁଢ ହୋଇ ବାହୁଡଡିଛନ୍ତି ଶ୍ରୀମନ୍ଦିରକୁ।

୫୦୦ବର୍ଷର ପ୍ରାଚୀନ ପରମ୍ପରା ଚୈତ୍ର ଶୁକ୍ଳ ଦ୍ୱାଦଶୀ ତିଥିରେ ବାହୁଡା ରଥଯାତ୍ରା ହୋଇଥାଏ।ବାହୁଡା ଦିନ କପିଳେଶ୍ୱରଦେବ ଓ ପାର୍ବତୀ ଓ ବଡଭାଇ ଗ୍ରାମେଶ୍ୱରଦେବ ଓ ଗ୍ରାମେଶ୍ୱରୀ ଦେବୀ ମନ୍ଦିର ରୁ ବାହିରି ରୀତିନିତୀ ଅନୁଯାୟୀ ସମସ୍ତ କାର୍ଯ୍ୟ ସାରିବା ପରେ ଦୁଇଟି ବିମାନରେ ଡିଆ ଗ୍ରାମରେ ଏକ ବିରାଟ ପଟୁଆରରେ ଗ୍ରାମପରିକ୍ରମା କରିଥାନ୍ତି।ଶୋଭାଯାତ୍ରାରେ ସିଂହ ବାଜା, ଘୋଡାନାଚ,ପରିନାଚ,ନାଗାନାଚ,ବାଘ ବାଘୁଣୀ, ଭାଲୁ,ଶିବପାର୍ବତୀ କଳନୃତ୍ୟ ଘଣ୍ଟ ଘଣ୍ଟା ଢୋଲ ମୃଦଙ୍ଗ ବଜାଇ ହରିବୋଲ ହୁଳହୁଳି ରେ ଗଗନ ପବନ ପ୍ରକମ୍ପିତ ହୋଇଥାଏ।

ମହାପ୍ରଭୁ ଗ୍ରାମପରିକ୍ରମା କରି ସାରିବାପରେ ରଥାରୁଢ ହୋଇଥାନ୍ତି।ରାତିଅଧରେ ନିଶାର୍ଦ୍ଧରେ ଭକ୍ତ ମାନେ ବିଳମାଳ ଗହିର ମଧ୍ୟରେ ରଥ ଟାଣି ନେବା ପରେ ଭେଟ ବାଲି ଠାରେ କିଛି ସମୟ ରୁହନ୍ତି ଏବଂ ସେଠାରେ ଦାରୁଭୋଗ ଲାଗି ପରେ ଠାକୁର ଶ୍ରୀମନ୍ଦିର କୁ ଫେରିଥାନ୍ତି।ଭେଟବାଲ ରେ ରଥ ପହଞ୍ଚି ବା ପରେ ଦାରୁ ଭୋଗ ହୋଇଥାଏ।ଦାରୁଭୋଗ ପରେ ଠାକୁର ମନ୍ଦିର କୁ ଯାଇଥାନ୍ତି।ବାହୁଡା ଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ଓ ସୁରକ୍ଷା ଦୃଷ୍ଟିରୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥାଏ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।