MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜନ୍ମଦିନ ରେ ରକ୍ତଦାନ କଲେ ବହୁଜନ ସଂଗ୍ରାମ ସମିତି ସଭାପତି ।

କଳାହାଣ୍ଡି : ୦୫/୦୯ (ସନତ ପ୍ରଧାନୀ )
ଆଧୁନିକ ଯୁଗରେ ପ୍ରାୟତଃ ଲୋକେ ବାଜା, ବାଣ, ଭୋଜିଭାତ,ଲାଇଟ ସାଉଣ୍ଡ, ଗୀତ ନାଚ ଆସର ଜମାଇ ଖୁବ ଆଡମ୍ବରର ସହ ଜନ୍ମଦିନ ଉତ୍ସବ ପାଳନ କରିଥାନ୍ତି। ହେଲେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ନିଜ ଜନ୍ମଦିନ ଉତ୍ସବ ରେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା କାସିବାହାଲ ଗ୍ରାମର ଶିକ୍ଲିନ ରୋଗୀ ସୁରଜ ମହାନନ୍ଦ ଙ୍କୁ ଅତ୍ୟନ୍ତ ଜରୁରୀ ସମୟରେ ବି ପଜିଟିଭ୍ ବର୍ଗର ରକ୍ତ ଆବଶ୍ୟକତା ଥିବାରୁ ଅନେକ ଲୋକ ମାନଙ୍କ ସହିତ ଯୋଗାଯୋଗ କରିଥିଲେ କିନ୍ତୁ ରକ୍ତ ଯୋଗାଡ଼ ହୋଇ ପାରି ନଥିଲା।‌ଶେଷରେ ବହୁଜନ ସଂଗ୍ରାମ ସମିତି ସଭାପତି ରଞ୍ଜନ କୁମାର ଜାଲ ଜୁନାଗଡ଼ ରୁ ଆସି ନିଜ ଜନ୍ମଦିନ ରେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ରକ୍ତଦାନ କରି ଏକ ନିଆରା ଢଙ୍ଗରେ ଉତ୍ସବ ମନାଇ ଆଜିର ସମାଜ ଯୁବପିଢ଼ିଙ୍କୁ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିଛନ୍ତି ।

ଶ୍ରୀ ଜାଲଙ୍କ ମହନିୟ କାର୍ଯ୍ୟ ପାଇଁ ତାଙ୍କୁ ଶୁଭେଚ୍ଛା ଓ ବିଭିନ୍ନ ମହଳରେ ପ୍ରଶଂସା କରାଯାଉଥିବା ବେଳେ ଏଭଳି ଏକ ସେବାରେ ସୁଯୋଗ ପାଇ ଶ୍ରୀ ଜାଲ ଆତ୍ମସନ୍ତୋଷ ଲାଭ କରିଥିବା ପ୍ରକାଶ କରିଛନ୍ତି। ରକ୍ତଦାନ ସମୟରେ ସମାଜସେବୀ ଢଗ ନାଏକ, ରାଜେନ୍ଦ୍ର ଦୁରିଆ, ରଜନୀକାନ୍ତ ନାଏକ, ଅମୀର ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ କରୋନା ମହାମାରୀ ସମୟରେ ଗାଁ ଗାଁ ବୁଲି ଶୁଖିଲା ଖାଦ୍ୟ ଓ ଆର୍ଥିକ ସହାୟତା, ମାନସିକ ବିକୃତ ବୃଦ୍ଧ, ବୃଦ୍ଧା, ମହିଳା ମାନଙ୍କୁ ଥଇଥାନ, ଅନାଥ ଶିଶୁ ଙ୍କୁ ଥଇଥାନ ସହିତ ପାଠ ପଢା ରେ ଆର୍ଥିକ ସହାୟତା, ଦୁର୍ଘଟଣା ଗ୍ରସ୍ତ ରୋଗୀଙ୍କୁ ଆଶୁଚିକିତ୍ସା ଯୋଗେଇଦେବା ସହିତ ଆର୍ଥିକ ସହାୟତା, ଗରିବ ଙ୍କ ମସିହା, ଦଳିତ ନିଷ୍ପେସିତ ତଥା ସମାଜର ଅନୁନ୍ନତ ବର୍ଗ ଅସହାୟ, ଗରିବ,ନିଃସହାୟ ଲୋକଙ୍କ ହକ ଓ ଅଧିକାର ର ଲଢେଇ କରୁଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।