February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବାଲିଗୁଡା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟିକା ପ୍ରାର୍ଥୀଙ୍କୁ ମିଳୁନି ମହିଳାଙ୍କ ସହଯୋଗ ।


ଦାରିଙ୍ଗବାଡି,୨୨/୪(ସୁଶାନ୍ତ କୁମାର ସାହୁ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଆମ୍ବତୋଟା ଠାରେ ଆଜି ବିଜେପି ତରଫରୁ ଏକ ବୁଥ ବିଜୟ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ କନ୍ଧମାଳ ବିଜେପି ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ, ବାଲିଗୁଡା ବିଜେପି ବିଧାୟିକା ପ୍ରାର୍ଥୀନୀ କଳ୍ପନା କଂହରଙ୍କ ସମେତ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ ଅନ୍ୟ ବରିଷ୍ଠ ବିଜେପି ନେତା ଯୋଗଦେଇଥିଲେ । ଆଉ ବାଲିଗୁଡା ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ କର୍ମକର୍ତ୍ତା ମଧ୍ୟ ଯୋଗ ଦେଇଥିଲେ ହେଲେ ଏତେବଡ଼ ସମାବେଶରେ ମାତ୍ର ହାତ ଗଣତି କିଛି ମହିଳା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ।ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ଏକମାତ୍ର ମହିଳା ବିଧାୟିକା ପ୍ରାର୍ଥୀ କଳ୍ପନା କଂହର ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି ! ହେଲେ ଅନୁଷ୍ଠିତ ହୋଇଥିବା ସମାବେଶରେ ଆଖି ଦୃଶିଆ ମହିଳା ମାନଙ୍କର କୌଣସି ଭିଡ଼ ଦେଖିବାକୁ ମିଳିନଥିଲା ।ଯାହାକି ଏହି ଘଟଣା ଏବେ ବାଲିଗୁଡା ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରଥମ କରି ଜଣେ ଆଦିବାସୀ ମହିଳାଙ୍କୁ ଟିକେଟ ଦେଇଥିଲେ ମଧ୍ୟ ମହିଳା ମାନଙ୍କର ସହଯୋଗ ମିଳୁନଥିବା ଆଜି ପରିଲକ୍ଷିତ ହୋଇଛି । ମଞ୍ଚରେ ବିଜେପି ପ୍ରାର୍ଥୀନୀ କଳ୍ପନା କଂହରଙ୍କ ସମେତ ତାଙ୍କ ପାଖରେ ବିଜେପିର ଜଣେ ବରିଷ୍ଠ ମହିଳା ନେତ୍ରୀ ବସିଥିବା ବେଳେ ମଞ୍ଚ ସମ୍ମୁଖରେ ମାତ୍ର ୪ ଜଣ ମହିଳା ଉପସ୍ଥିତ ଥିଲେ ! ଏହା ବ୍ୟତୀତ ସମାବେଶରେ ଆଉ କୌଣସି ମହିଳାଙ୍କୁ ଦେଖିବାକୁ ମିଳିନଥିଲା ! କାହିଁକି ଏହି ସମାବେଶରେ ଦଳ ମହିଳାଙ୍କୁ ଆଣି ନଥିଲା ।ନା ଜାଣି ଶୁଣି ମହିଳା ମାନଙ୍କୁ ଅଣଦେଖା କରାଯାଇଛି ।ଏଭଳି ଅନେକ ପ୍ରଶ୍ନ ଏବେ ରାଜନୈତିକ ସମୀକ୍ଷକଙ୍କ ମନରେ ଆସୁଥିବା ଜଣା ପଡିଛି ।ମହିଳା ବିଧାୟିକା ପ୍ରାର୍ଥୀ ଟିକେଟ ପାଇବା ପରେ ତାଙ୍କୁ ପ୍ରଥମ ଥର ଲାଗି ଆୟୋଜିତ ସମାବେଶରେ ନିର୍ବାଚନ ପ୍ରଚାର ଲାଗି ସୁଯୋଗ ମିଳିଥିଲା ।ହେଲେ ସ୍ଥାନୀୟ ଅଞ୍ଚଳର ମହିଳା ମାନଙ୍କର ଦେଖା ମିଳିନଥିଲା ।କନ୍ଧମାଳ ଜିଲ୍ଲାର ୩ ଟି ନିର୍ବାଚନ ମଣ୍ଡଳୀରେ ଜଣେ ଆଦିବାସୀ ମହିଳାଙ୍କୁ ଦଳ ସମ୍ମାନ ଦେଇ ଟିକେଟ ଦେଇଥିଲେ ମଧ୍ୟ ବାଲିଗୁଡା ବିଜେପି କର୍ମକର୍ତ୍ତା ଜଣେ ମହିଳା ପ୍ରାର୍ଥୀଙ୍କୁ ଅସମ୍ମାନ କରିଥିବା ଭଳି ଆଜି ପରିସ୍ଥିତି ଉତ୍ପନ୍ନ ହୋଇଛି ।ଏ ନେଇ ଆଗାମୀ ଦିନରେ ବାଲିଗୁଡା ବିଜେପି ଆତ୍ମ ସମୀକ୍ଷା ନକଲେ ମହିଳା ଭୋଟ ବ୍ୟାଙ୍କ ବାଟ ହୁଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।