MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବରଗଡ଼ ନବରଙ୍ଗପୁର ଓଏସଆରଟିସି ଯାତ୍ରୀବାହୀ ବସ ପୁନଃ ଚଳାଚଳ ପାଇଁ ଅଞ୍ଚଳବାସୀ ଙ୍କ ଦାବି।


କଳାହାଣ୍ଡି:୨୫/୧୨
ରିପୋର୍ଟ—ସନତ ପ୍ରଧାନୀ


ବରଗଡ଼ ରୁ ନବରଙ୍ଗପୁର ଓଏସଆରଟିସି ବସ କୁ କୌଣସି କାରଣରୁ ପରିବହନ ବିଭାଗ ପକ୍ଷରୁ କିଛିଦିନ ଧରି ଚଳାଚଳ ବନ୍ଦ ରହିଛି। ଫଳରେ ଦୈନନ୍ଦିନ ଜୀବନରେ ଏହି ବସ ଉପରେ ନିର୍ଭର କରୁଥିବା ଯାତ୍ରୀମାନେ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଏହି ବସ ଟି ନବରଙ୍ଗପୁର ରୁ ସକାଳ ରୁ ବାହାରି ସକାଳ ୭ ଘଣ୍ଟା ରେ କୋକସରା ବ୍ଲକ ର ଆମପାଣି,ଶିଉନି, ମହାଜନଗୁଡା, କାଉଡୋଳା, କୋକସରା, ଚିଲିଗୁଡା, କୁସୁମଖୁଣ୍ଟି ,ମୋଟେର ଅଞ୍ଚଳ ର ଶତାଧିକ ଯାତ୍ରୀ ନିର୍ଭର କରି ରହୁଥିଲେ।

ଜିଲ୍ଲା ସଦର ମହକୁମା ର ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସହ ଛାତ୍ରଛାତ୍ରୀ ମାନେ ଶିକ୍ଷାନୁଷ୍ଠାନ କୁ ଯିବା ଓ ଯାତ୍ରୀ ଜୁନାଗଡ଼, ଭବାନୀପାଟଣା କେସିଙ୍ଗା, ବଲାଙ୍ଗୀର, ବରଗଡ଼ ଯିବାପାଇଁ ନିର୍ଭରଶୀଳ ରହୁଥିଲେ। ଦୀର୍ଘ ବର୍ଷ ଧରି ଏହି ବସ ଟି ବରଗଡ଼ ଓ ନବରଙ୍ଗପୁର ମଧ୍ୟରେ ଯାତ୍ରୀ ଙ୍କ ପାଇଁ ଲାଇଫ ଲାଇନ ସଦୃଶ ଥିଲା। ଶୁଣିବାକୁ ମିଳୁଛି ଏହି ବସ କୁ ବରଗଡ଼ ଓଏସଆରଟିସି ବିଭାଗ ପକ୍ଷରୁ ଏହି ରୁଟ ରେ ଚଳାଚଳ ବନ୍ଦ କରାଯାଇଛି। ବରଗଡ଼, ବଲାଙ୍ଗୀର, କଳାହାଣ୍ଡି ଓ ନବରଙ୍ଗପୁର ୪ ଜିଲ୍ଲା କୁ ଗମନାଗମନ କ୍ଷେତ୍ରରେ ଯୋଡୁଥିବା ଏହି ବସ ସେବା ନ ପାଇ ଯାତ୍ରୀ ହନ୍ତସନ୍ତ ହେଉଥିବା ବେଳେ ଓଏସଆରଟିସି ବିଭାଗ ପୁନଃ ଏହି ବସ ସେବା ଯୋଗାଇ ଦେବାକୁ ଅଞ୍ଚଳ ର ଯାତ୍ରୀ ମାନେ ଦାବି କରିଛନ୍ତି। ଏନେଇ ବରଗଡ଼ ଓଏସଆରଟିସି ଅଧିକାରୀ ଙ୍କ ପ୍ରତିକ୍ରିୟା ନେବାରୁ ବସ ଚଳାଚଳ ବନ୍ଦ ହୋଇନାହିଁ, ଗାଡି ମରାମତି ପାଇଁ କିଛିଦିନ ହେବ ସେବା ବନ୍ଦ ରହିଛି, ଆସନ୍ତା ୩ ଦିନ ମଧ୍ୟରେ ପୁଣି ବସ ସେବା ଆରମ୍ଭ ହେବ ବୋଳି କହିଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।