February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଓଡ଼ିଶାରେ ପହଁଚିଲା ବ୍ୟାଟେରୀ ଚାଳିତ ଡବଲ ଡେକର ବସ୍ ।

ମହାରାଷ୍ଟ୍ରରୁ ଆସି ବ୍ରହ୍ମପୁରରେ ପହଞ୍ଚôଛି ବସ୍ । ଡବଲ ଡେକର ବସରେ ଓଡ଼ିଆ କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିଛି । ବସରେ ସାମ୍ନା ପଟରେ ରହିଛି କୋଣାର୍କ ଚକ ଚିହ୍ନ, ଶ୍ରୀମନ୍ଦିର, ଧଉଳି ଶାନ୍ତି ସ୍ତୁପ, କଟକ ବାଲିଯାତ୍ରାର ଛବି ରହିଛି ।

ପ୍ରଥମ ଥର ପାଇଁ ଓଡ଼ିଶାରେ ଗଡ଼ିବ ଡବଲ୍ ଡେକର୍ । ଆସନ୍ତା ୬ ତାରିଖରେ ଡବଲ ଡେକର ବସ୍ ହେବ ଲୋକାର୍ପଣ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ । ରାସ୍ତା କାମ, ସଫେଇ ଓ ସାଜସଜ୍ଜା କାମ ନେଇଥିବା ଅଧିକାରୀ ଓ ଏହି ଦାୟିତ୍ୱରେ ଥିବା ବିଭାଗୀୟ ସରକାରୀ ଅଧିକାରୀଙ୍କ ସହ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି । ତୁରନ୍ତ ହମ୍ପସ, ଖାଲ ସ୍ଥାନ, ଅସଜଡା ଜାଗାକୁ ସଜାଡ଼ିବା ଉପରେ ବିଭାଗୀୟ ଯନ୍ତ୍ରୀଙ୍କୁ ଦେଲେ ନିର୍ଦ୍ଦେଶ ।

ସହରକୁ ସଫା ସହିତ ଏୟାରପୋର୍ଟରୁ ପ୍ରଦର୍ଶନୀ ପଡିଆ ସମେତ ନନ୍ଦନକାନନ ଏବଂ ରାଜଧାନୀର କିଛି ଅଞ୍ଚଳ ବୁଲିଲେ ବିଭାଗୀୟ ମନ୍ତ୍ରୀ । ପ୍ରବାସୀ ଖାଇବେ ପାରମ୍ପରିକ ଓଡ଼ିଆ ଖାଦ୍ୟ । ଦେଶୀ ଖାଦ୍ୟର ମଜା ନେବେ ପ୍ରବାସୀ ।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।