November 1, 2024

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମଲିପଦର୍ ଗ୍ରାମରୁ ବିପୁଳ ପରିମାଣରେ ବାଣ ସାମଗ୍ରୀ ଜବତ କଲା ବେଗୁନିଆ ପୋଲିସ, ଥାନାରେ ଜଣେ ଅଟକ

ଆଜି ସକାଳୁ ବେଗୁନିଆ ପୋଲିସ କୌଣସି ସୂତ୍ରରୁ ଖବର ପାଇ ମଲ୍ଲିପଦର ଗାଁର ସନ୍ତୋଷ ମହାପାତ୍ର ଘରେ ଚଢ଼ାଉ କରି ଏହି ବାଣର ସନ୍ଧାନ ପାଇଥିଲା।
Advertisement

ଖୋର୍ଦ୍ଧା : ୨୭/୧୦

Advertisement

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ମଲ୍ଲିପଦର ଗାଁରୁ ବିପୁଳ ପରିମାଣର ବାଣ ସହିତ ବିସ୍ପୋରକ ଜବତ କରିଛି ବେଗୁନିଆ ପୋଲିସ।

ଆଜି ସକାଳୁ ବେଗୁନିଆ ପୋଲିସ କୌଣସି ସୂତ୍ରରୁ ଖବର ପାଇ ମଲ୍ଲିପଦର ଗାଁର ସନ୍ତୋଷ ମହାପାତ୍ର ଘରେ ଚଢ଼ାଉ କରି ଏହି ବାଣର ସନ୍ଧାନ ପାଇଥିଲା। ତେବେ ଉକ୍ତ ବ୍ୟକ୍ତିର ଘର ଖାନତଲାସ କରି ଘର ଭିତରୁ ଲକ୍ଷାଧିକ ଟଙ୍କାର ବିପୁଳ ପରିମାଣର ବାରୁଦ ସହିତ ବିସ୍ପୋରକ ସାମଗ୍ରୀ ଜବତ କରିଛି।

ଏଥିରେ ଜଣେ ବ୍ୟକ୍ତି ସନ୍ତୋଷ ମହାପାତ୍ରକୁ ଅଟକ ରଖିବା ସହିତ ଅଧିକ ତଦନ୍ତ ଜାରି ରଖିଛି। ହେଲେ ଜବତ ବାଣ ଏବଂ ବାଣ ତିଆରି ସାମଗ୍ରୀର ଆନୁମାନିକ ମୂଲ୍ୟ କେତେ ହେବ ତାହା ବମ୍ ଡିସପୋଜାଲ ଟିମ ଆସିଲେ ଜଣାପଡିବ ବୋଲି ବେଗୁନିଆ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Advertisement

Latest news