MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଭିଜିଲାନ୍ସ ଜାଲରେ ବେଗୁନିଆପଡ଼ା ସିଡିପିଓ।

ବେଗୁନିଆପଡା : ୨୭/୧୧/୨୪

ବେଗୁନିଆପଡ଼ା ସିଡିପିଓ ସଂଧ୍ୟାରାଣୀ ପାଣିଗ୍ରାହୀଙ୍କୁ ଜେରା କରୁଛି ଭିଜିଲାନ୍ସ ଟିମ୍। ଜଣେ ଅଙ୍ଗନୱାଡ଼ି ସହାୟିକା ୧୮ ମାସର ଦରମା କରାଇଦେବାକୁ ମ୍ଯାଡମ୍ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।

୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ରେଡ୍ ହେଣ୍ଡ ଧରାପଡିଛନ୍ତି। ବେଗୁନିଆପଡ଼ା ସିଡିପିଓ ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହୋଇଥିବା ବେଳେ ପୂର୍ବ ସରକାରରେ କୌଣସି ପଦକ୍ଷେପ ନିଆଯାଇନଥିଲା। ଏବେ ମ୍ଯାଡମ୍ କଂ ଛତୁଆ ଦୁର୍ନୀତିକୁ ନେଇ ପଞ୍ଚାୟତ ସମିତିରେ ହୋ ହାଲ୍ଲା ହେବା ପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଧାୟକ କହିଥିଲେ।

ଆଜି ସକାଳେ ବ୍ରହ୍ମପୁର ଭିଜିଲାନ୍ସର ଏକ ଟିମ୍ ପୂର୍ବ ପ୍ରସ୍ତୁତି ଅନୁସାରେ ଲାଞ୍ଚ ନେଉଥିବା ବେଳେ ଧରିଛନ୍ତି। ବେଗୁନିଆପଡ଼ା ବ୍ଲକ କାର୍ଯ୍ଯାଳୟ ପରିସରରେ ଥିବା ଅଫିସ୍, ସରକାରୀ ଘରେ ଛାନଭିନ୍ ଜାରି ରହିଛି। ଜିଲ୍ଲା ବାହାରେ ଥିବା ବିଭିନ୍ନ କୋଠାରେ ଛାପାମାରି କରାଯାଉଥିବା ସୂଚନା ମିଳିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।