MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କୋକସରା ବ୍ଲକ ର ୨୨ ପଞ୍ଚାୟତ ରେ ବର୍ଦ୍ଧିତ ଭତ୍ତା ପାଇଲେ ହିତାଧିକାରୀ।

କଳାହାଣ୍ଡି:୧୫/୦୧(ସନତ ପ୍ରଧାନୀ)

ରାଜ୍ୟ ସରକାର ଙ୍କ ପକ୍ଷରୁ ସାମାଜିକ ସୁରକ୍ଷା ଭତ୍ତା ୩୫୦୦ କୁ ବୃଦ୍ଧି କରିଥିବା ବେଳେ ବୁଧବାର ଠାରୁ ରାଜ୍ୟରେ ଥିବା ୮୦ ବର୍ଷ ରୁ ଉର୍ଦ୍ଧ ହିତାଧିକାରୀ ଓ ୮୦ ପ୍ରତିଶତ ଭିନ୍ନକ୍ଷମ ଥିବା ହିତାଧିକାରୀ ଙ୍କୁ ଏହି ଯୋଜନା ରେ ସାମିଲ କରାଯାଇଛି। ରାଜ୍ୟ ବିଜେପି ସରକାର ନିର୍ବାଚନ ପୂର୍ବରୁ ଶାସନ କୁ ଆସିଲେ ୩୫୦୦ ଭତ୍ତା ଦେବାକୁ ଘୋଷଣା କରିଥିଲେ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ୨୨ ଗ୍ରାମ ପଞ୍ଚାୟତ ରେ ସମାଜିକ ସୁରକ୍ଷା ଯୋଜନାରେ ୮୯୭ ଜଣ ହିତାଧିକାରୀ ଅନ୍ତର୍ଭୁକ୍ତ ରହିଥିବା ନେଇ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ସୂଚନା ଦେଇଛନ୍ତି।

ଆଜି ପ୍ରଥମ ଥର ପାଇଁ ୩୫୦୦ ବିଭିନ୍ନ ଭତ୍ତା ଯୋଜନା ରେ ୮୦ ବର୍ଷ ରୁ ଉର୍ଦ୍ଧ ଓ ୮୦ ପ୍ରତିଶତ ଭିନ୍ନକ୍ଷମ ରହିଥିବା ହିତାଧିକାରୀ ଏହି ଯୋଜନା ର ଲାଭ ପାଇଛନ୍ତି। କୋକସରା ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ଭତ୍ତା ବଣ୍ଟନ ହୋଇଥିବା ବେଳେ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ବିଭିନ୍ନ ପଞ୍ଚାୟତ ରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ମାନେ ଉପସ୍ଥିତ ରହି ଭତ୍ତା ବଣ୍ଟନ କରିଛନ୍ତି। କାର୍ଯ୍ୟକ୍ରମ କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୩୫୦୦ ଭତ୍ତା ମିଳିବା ପରେ ହିତାଧିକାରୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।