ମୋ ଟିଭି ଓଡିଶା / ଭୁବନେଶ୍ୱର :
ମାନବ ସେବା ହିଁ ମାଧବ ସେବା। ଏହି ବିଚାରଧାରାକୁ ପାଥେୟ କରି ଆଗକୁ ବଢି ଚାଲିଛି ଓଡ଼ିଆ ଫିଲ୍ମ ଆଣ୍ଡ ଟେଲିଭିଜନ ଡାଇରେକ୍ଟର୍ସ ଆସୋସିଏସନ। କେବଳ ଦର୍ଶକ ମାନଙ୍କୁ ମନୋରଞ୍ଜନ ଯୋଗେଇବା ନୁହେଁ ବରଂ ବିଭିନ୍ନ ପ୍ରକାରର ମାନବ ସେବା କାର୍ଯ୍ୟରେ ଆଗରୁ ନିଜକୁ ଯୋଡିଛି ଏହି ସଂସ୍ଥା ।
ଗ୍ରୀଷ୍ମକାଳୀନ ଜଳଛତ୍ର ଓ ଛତା ବଣ୍ଟନ କରି ଲୋକ ମାନଙ୍କର ପ୍ରଶଂସା ସାଉଁଟି ଥିବା ଏହି ସଂସ୍ଥା ଏବେ ଆଉ ଏକ ପାଦ ଆଗକୁ ବଢି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କୁ ଘୋଳଦହି, ପାନୀୟ ଜଳ ଓ ଛତା ବଣ୍ଟନ କରିଛି।

୭ ତାରିଖ ଦିନ ପୁରୀ ବଡଦାଣ୍ଡର ମାଉସୀ ମା’ ମନ୍ଦିର ସାମ୍ନାରେ ଓଡ଼ିଆ ଫିଲ୍ମ ଆଣ୍ଡ ଟେଲିଭିଜନ ଡାଇରେକ୍ଟର୍ସ ଆସୋସିଏସନର ସଦସ୍ୟମାନେ ଏହି ଭକ୍ତ ସେବା କାର୍ଯ୍ୟ କରି ମହାପ୍ରଭୁଙ୍କ କୃପା ଭିକ୍ଷା କରିଥିଲେ। ସଂଗଠନର ସଭାପତି ସବ୍ୟସାଚୀ ମହାପାତ୍ରଙ୍କ ତତ୍ତ୍ବାବଧାନରେ ସହସଭାପତି ବବି ଇସଲାମ , ସାଧାରଣ ସଂପାଦକତା ତାପସ ସରଘରିଆ ତଥା ଅନ୍ୟ ବରିଷ୍ଠ ସଦସ୍ୟ ମାନଙ୍କ ଭିତରେ ରଂଜନମିଶ୍ର, ଶକ୍ତି ବରାଳ, ଦିଲ୍ଲିପ ପଣ୍ଡା, ରମେଶ ରାଉତ, ଅମରେଶ୍ ପତି , ତିରୁପତି ସାହୁ, ଶିବ ପ୍ରଶାଦ ମହାନ୍ତି, ସରୋଜ ମହାପାତ୍ର ଏହି ସେବାରେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟ ପାଇଁ ସହଯୋଗର ହାତ ବଢ଼ାଇଥିଲେ ଓଡ଼ିଶା କୋଲ୍ ଆଣ୍ଡ ପାୱାର ଲିମିଟେଡ୍, ମଦର୍ସ, ନିରଂଜନ ନାୟକ ଓ ବରିଷ୍ଠ ଚଳଚ୍ଚିତ୍ର ନିର୍ଦେଶକ ହିମାଂଶୁ ଖଟୁଆ। ଆଗକୁ ଓଡ଼ିଆ ଫିଲ୍ମ ଆଣ୍ଡ ଟେଲିଭିଜନ ଡାଇରେକ୍ଟର୍ସ ଆସୋସିଏସନ ଏହି ଭଳି ଲୋକଙ୍କ ସେବା ତଥା ଓଡ଼ିଆ ଚଳଚ୍ଚିତ୍ରର ଉନ୍ନତି ପାଇଁ କାର୍ଯ୍ୟକ୍ରମ ମାନ ଜାରି ରଖିବ ବୋଲି ସଂସ୍ଥାର ସଭାପତି ସବ୍ୟସାଚୀ ମହାପାତ୍ର ସୂଚନା ଦେଇଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।