February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସଂରକ୍ଷଣ ରାୟକୁ ବିରୋଧ କରି ଆଜି ଭାରତ ବନ୍ଦ

ମୋ ଟିଭି ଓଡିଶା : ଅନୁସୂଚିତ ଜାତି ଓ ଜନଜାତି (ଏସସି/ଏସଟି) ସଂରକ୍ଷଣ ମାମଲାରେ ସର୍ବୋଚ୍ଚ କୋର୍ଟ ଦେଇଥିବା ରାୟକୁ ବିରୋଧ କରି ଆଜି ଦେଶବ୍ୟାପୀ 12 ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ‘ସଂରକ୍ଷଣ ବଞ୍ଚାଓ ସଂଘର୍ଷ ସମିତି’ ଏହି ଡାକରା ଦେଇଛି । ଏହାକୁ ଏକାଧିକ ପଛୁଆ ବର୍ଗର ସମାଜିକ ଓ ରାଜନୈତିକ ସଂଗଠନ ମଧ୍ୟ ସମର୍ଥନ ଘୋଷଣା କରିଛନ୍ତି । ଫଳରେ ସକାଳୁ ସକାଳୁ ଦେଶର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କୌଣସି ସ୍ଥାନରେ ହିଂସା ପରି ସ୍ଥିତି ସୃଷ୍ଟି ହେଲେ ପୋଲିସକୁ ତୁରନ୍ତ କାର୍ଯ୍ୟାନଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ମିଳିଛି ।

ନିକଟରେ ସୁପ୍ରିମକୋର୍ଟ ଅନୁସୂଚିତ ଜାତି ଓ ଜନଜାତି ବର୍ଗ କ୍ଷେତ୍ରରେ ଉପ-ବର୍ଗୀକରଣ (ସବ-କ୍ୟାଟାଗୁରୀ) କରାଯିବା ଉଚିତ୍‌ ବୋଲି କହିଥିଲେ । ସଂରକ୍ଷଣ ଲାଭ ପାଉଥିବା ଏହି ବର୍ଗଗୁଡିକ ମଧ୍ୟରେ ସମସ୍ତେ ସମାନ ନୁହନ୍ତି । ସେମାନଙ୍କ ମଧ୍ୟରେ ଆର୍ଥିକ ଦୃଷ୍ଟିକୋଣରୁ ଭିନ୍ନତା ରହିଛି ବୋଲି କୋର୍ଟ କହିଥିଲେ । କିଛି ଜାତି ବା ବର୍ଗ ଅତି ପଛୁଆ ଶ୍ରେଣୀରେ ଅଛନ୍ତି ଓ ଅନ୍ୟ କିଛି ବର୍ଗର ଆର୍ଥିକ ସ୍ଥିତି ଭଲ ଅଛି । ‘କ୍ରିମି-ଲେୟାର’ ବା ଆର୍ଥିକ ସ୍ବଚ୍ଛଳ ବର୍ଗର ଉପ-ବର୍ଗୀକରଣ କରି ସେମାନଙ୍କୁ ସଂରକ୍ଷଣରୁ ବାଦ ଦିଆଯାଇ ପାରିବ ବୋଲି ସର୍ବୋଚ୍ଚ କୋର୍ଟ କହିଥିଲେ । ଏହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ଉଭୟ ‘ଏସସି’ ଓ ‘ଏସଟି’ ସମାଜ ଏହାକୁ ବରୋଧ କରୁଛନ୍ତି । ସୁପ୍ରିମକୋର୍ଟଙ୍କ ଏପରି ରାୟ ସେମାନଙ୍କ ସଂରକ୍ଷଣ ସୁବିଧାକୁ ସଙ୍କୁଚିତ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ସେହିପରି ଓଡିଶାରେ ମଧ୍ୟ ଏହାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ବିଧାନସଭା ଅଧିବେଶନ ଚାଲିଥିବାରୁ ରାଜଧାନୀରେ ସୁରକ୍ଷାକୁ କଡାକଡି କରାଯାଇଛି । ଗୃହକାର୍ଯ୍ୟରେ ସାମିଲ ହେବାକୁ ଥିବା ବିଧାୟକ/ବିଧାୟିକାମାନେ ସକାଳୁ ସକାଳୁ ବିଧାନସଭାରେ ପହଞ୍ଚିବା ଆରମ୍ଭ କରିଛନ୍ତି । ସେହିପରି ଲୋକସେବା ଭବନରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ପୂର୍ବାହ୍ନ ସାଢେ 9ଟା ସୁଦ୍ଧା ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ ମିଳିଛି । ରାଜଧାନୀକୁ ବାଦଦେଲେ ଦକ୍ଷିଣ ଓ ପଶ୍ଚିମ-ଓଡିଶାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଲାଣି । ବଲାଙ୍ଗୀର, କୋରାପୁଟ, ସୁବର୍ଣ୍ଣପୁର, ଅନୁଗୋଳ, ବୌଦ୍ଧ ପରି ଜିଲ୍ଲାରେ ମଧ୍ୟ ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭିମ୍ ଆର୍ମୀ, ଆଦିବାସୀ କଲ୍ୟାଣ ମହାସଂଘ ପରି ସଂଗଠନଗୁଡିକ ବନ୍ଦ ଡାକରାକୁ ସମର୍ଥନ କରିବା ସହ ରାସ୍ତାକୁ ଓହ୍ଲାଇଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।