January 25, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଭତରା ସମାଜ ର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ, ସମାଜ କୁ ଶୃଙ୍ଖଳିତ ରଖିବାକୁ ଆହ୍ୱାନ।

ମୋ ଟିଭି ଓଡିଶା / କଳାହାଣ୍ଡି : ୦୩/୧୦


ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ସରିଥିଲେ ମଧ୍ୟ ନୂଆଁଖାଇ ର ମହକ ସରିନାହିଁ। ବିଭିନ୍ନ ସଂଗଠନ ଓ ଅନୁଷ୍ଠାନ ପକ୍ଷରୁ ନୂଆଁଖାଇ ଜୁହାର ଭେଟ କାର୍ଯ୍ୟକ୍ରମ ଜରିଆରେ ସମାଜ ରେ ଏକତା ଓ ଭାଇଚାରା କୁ ସୁଦୃଢ଼ କରିବା ପାଇଁ ନୂଆଁଖାଇ ଭେଟଘାଟ ହେଉଛି ଏକ ମାଧ୍ୟମ।

ଏହି ପରିପ୍ରେକ୍ଷୀରେ ଜୟପାଟଣା ବ୍ଲକ ପଲସ ଅଞ୍ଚଳ ସ୍ଥିତ ବଡ଼ ପୁଝାରି ଗୁଡା ଗ୍ରାମ ରେ ଭତରା ସମାଜ ପକ୍ଷରୁ ସମାଜ ର ଆରାଧ୍ୟ ଭୈରବ ଦେବ ଙ୍କ ନିକଟରେ ନୂଆଁ ଲଗାଇବା ସହ ନବାର୍ଣ୍ଣ ଭକ୍ଷଣ କରିବା ପରେ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମାଜ ର ସମସ୍ତେ ନିଜ ନିଜ ମଧ୍ୟରେ ଜୁହାର ଭେଟ ହୋଇଥିଲେ। ପରେ ସାମାଜିକ କର୍ମକର୍ତ୍ତା ଙ୍କୁ ନେଇ ନୂଆଁଖାଇ ଭେଟଘାଟ ଅବସର ରେ ଏକ ବୈଠକ ବଡ଼ ପୁଝାରି ଗୁଡା ସଭାପତି ପୁସ୍ତମ ପୁଝାରି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଜିଲ୍ଲା ସଭାପତି କୈଳାଶ ଚନ୍ଦ୍ର ମାଝୀ, ମୁଖ୍ୟ ବକ୍ତା ଭାବେ କର୍ମଚାରୀ ସଙ୍ଘ ସଭାପତି ଇଂ ତ୍ରୁପ କୁମାର ପାତ୍ର, ସମ୍ମାନିତ ଅତିଥି ଭାବେ ରଣସାଏ ପାତ୍ର, ବୃନ୍ଦାବନ ପୁଝାରି, ସୁଶାନ୍ତ ମାଝୀ, ବଂଶୀଧର ଚଳାନ, ସୁଧୀରଗୋପାଳ ପୁଝାରି, ବଳରାମ ପୁଝାରି, ପଦମ ପୁଝାରି, ଥବିର ଧ.ମାଝୀ, ଭୁବନେଶ୍ୱର ଦିଶାରୀ, ମହେନ୍ଦ୍ର ଦିଶାରୀ, ସୁଧୀର ଧଙ୍ଗଡା ମାଝୀ, ମଞ୍ଚ ରେ ଉପସ୍ଥିତ ରହି ନୂଆଁଖାଇ ର ଏହି ଭେଟଘାଟ କାର୍ଯ୍ୟକ୍ରମ ଭତରା ସମାଜ ର ସଂସ୍କୃତି, ପରମ୍ପରା, ଭାଇଚାରା କୁ ବଜାୟ ରଖୁ ବୋଳି ମତ ଦେଇଥିଲେ।

କାର୍ଯ୍ୟକ୍ରମ କୁ ମଞ୍ଚ ପରିଚାଳନା ରେ ମାନସିଂ ଦିଶାରୀ ସହଯୋଗ କରିଥିବା ବେଳେ ଜଳନ୍ଧର ଧଙ୍ଗଡା ମାଝୀ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଜୟପାଟଣା ଅଞ୍ଚଳ ର ଶତାଧିକ ସମାଜ ର ପୁରୁଷ ମହିଳା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।