ଟେଣ୍ଡର ଫିକ୍ସିଂ ନେଇ ଲାଞ୍ଚ କାରବାର ମାମଲା । ଜେଲ ଗଲେ ଗିରଫ ହୋଇଥିବା ତିନି ଅଭିଯୁକ୍ତ । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଶେଷ ପରେ ଝାରପଡ଼ା ଜେଲକୁ ଗଲେ ଅଭିଯୁକ୍ତ । ଗତ ୭ ତାରିଖରେ ତିନିଜଣଙ୍କୁ ଲାଞ୍ଚ କରବାର ବେଳେ ଗିରଫ କରିଥିଲା ସିବିଆଇ । ତେବେ ଏହି ଘଟଣାରେ ଆଇଏଏସଙ୍କ ଲିଙ୍କ ସାମ୍ନାକୁ ଆସିବା ପରେ ଘଟଣାକୁ ନେଇ ପାଓ୍ବାର କରିଡ଼ରର ହେବିଓ୍ବେଟଙ୍କ ପାଇଁ ଅଡୁଆ ବଢିଛି । ଆଜି ମେଡିକାଲ ଟେଷ୍ଟ ପରେ ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିଥିଲା ସିବିଆଇ । କୋର୍ଟରେ ହାଜର ପରେ ସିବିଆଇ ପକ୍ଷରୁ ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଆବେଦନ ନ ହେବାରୁ ତିନିଜଣଙ୍କୁ ବିଚାର ବିଭାଗୀୟ ହାଜତ ଝାରପଡ଼ା ଜେଲକୁ ପଠାଇବା କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କୋର୍ଟରେ ହାଜର ସମୟରେ ତିନିଜଣ ଅଭିଯୁ଼କ୍ତ ଓକିଲଙ୍କ ଜରିଆରେ ଜାମିନ ପାଇଁ ଆବେଦନ କରିଛନ୍ତି ।
ଏନେଇ ସନ୍ତୋଷ ମହାରଣାଙ୍କ ଓକିଲ ରାଜେନ୍ଦ୍ର ମିଶ୍ର କହିଛନ୍ତି,”ସନ୍ତୋଷଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ । ସେହି କାରଣ ଦର୍ଶାଇ କୋର୍ଟରେ ଜାମିନ ପାଇଁ ଆବେଦନ କରାଯାଇଛି ।ଏପରିକି ତାଙ୍କର ଏହି କେସ ସହିତ କୌଣସି ସିଧାସଳଖ ସମ୍ପୃକ୍ତ ନାହିଁ । ତାଙ୍କର ଜାମିନ ଉପରେ ଆସନ୍ତା ୧୮ ତାରିଖରେ ଶୁଣାଣି ହେବ ।” ଦେବଦତ୍ତ ମହାପାତ୍ରଙ୍କ ଓକିଲ ଯଶୋବନ୍ତ ଦାସ ମଧ୍ୟ ଜମିନ ଆବେଦନ ପାଇଁ ପିଟିସନ ଫାଇଲ କରିଥିବା ବେଳେ ଦେବଦତ୍ତଙ୍କ ଗାଡ଼ିକୁ ବେଆଇନ ଭାବେ ସିବିଆଇ ସିଜ କରିଥିବା କାରଣ ଦର୍ଶାଇ ଗାଡି ରିଲିଜ ଉପରେ ମଧ୍ୟ ପିଟିସନ ଫାଇଲ କରିଥିବା କହିଛନ୍ତି । ୧୮ରେ ଏହି ପିଟିସନର ମଧ୍ୟ ଶୁଣାଣି ହେବ ।
ସେପଟେ ଏହି ଘଟଣାରେ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ସମନ ସମୟ ଗଡି ଚାଲିଥିବାବେଳେ ଏଯାବତ ସେ ହାଜର ହୋଇନାହାନ୍ତି । ୨ ଥର ତାଙ୍କୁ ସମନ ଜାରି କରାଯାଇଛି । ଅନ୍ୟପଟେ ସଚିବଙ୍କ ୩ ଡ୍ରାଇଭରଙ୍କୁ ମଧ୍ୟ ଜେରା କରିଛି ସିବିଆଇ ।
ଦିଲ୍ଲୀରେ ହାଜର ହୋଇପାରନ୍ତି IAS ବିଷ୍ଣୁପଦ ସେଠୀ। ଦିଲ୍ଲୀରେ ହାଜର ହେବା ନେଇ CBIକୁ ବିଷ୍ଣୁପଦ ଚିଠି ଲେଖିଥିବା ସୂଚନା ମିଳିଛି। ଦିଲ୍ଲୀରେ ହାଜର ହୋଇ ତଦନ୍ତରେ ସହଯୋଗ କରିବା ସହ ସମସ୍ତ ତଥ୍ୟ ରଖିବେ ବୋଲି ବିଷ୍ଣୁପଦ ଚିଠିରେ ଉଲ୍ଲେଖ କରିଛନ୍ତି। ଏଥିସହ ଭୁବନେଶ୍ୱରରେ ହାଜର ନ ହେବା ପାଇଁ ସେ ଚିଠି ଲେଖିଥିବା ଜଣାପଡ଼ିଛି। ବ୍ରିଜ ଆଣ୍ଡ ରୁଫ କମ୍ପାନୀ ଜିଜିଏମ୍ ଙ୍କ ସହ ୧୫ ଲକ୍ଷ ଟଙ୍କା କାରବାର ମାମଲାରେ ବିଷ୍ଣୁପଦ ସେଠୀଙ୍କୁ ସମନ କରିଛି ସିବିଆଇ। ୧୦ ତାରିଖରେ ସମନ ଜାରି ହୋଇଥିବାବଏଳେ ୧୧ ତାରିଖରେ ହାଜର ପାଇଁ କୁହାଯାଇଥିଲା।
ବ୍ୟୁରୋ ରିପୋର୍ଟ : ମୋ ଟିଭି ଓଡିଶା
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।