ଭୁବନେଶ୍ୱର ( ମୋ ଟିଭି ଓଡିଶା ) :
ପବ୍ଲିକ ଟ୍ରାନ୍ସପୋର୍ଟ ସୁବିଧା ଦେଉଥିବା ସହର ଭିତରେ ଦେଶର ଶ୍ରେଷ୍ଠ ସହର ହେଉଛି ଭୁବନେଶ୍ୱର । ଜାତୀୟ ସ୍ତରରେ ମିଳିଛି ଭୁବନେଶ୍ୱରକୁ ସ୍ବତନ୍ତ୍ର ପରିଚୟ । ୧୭ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ (UMI) ସମ୍ମିଳନୀରେ ମନ୍ଦିର ମାଳିନୀ ସହର ଭୁବନେଶ୍ବର ହାତେଇଛି ‘ଶ୍ରେଷ୍ଠ ସାର୍ବଜନୀନ ପରିବହନ ସୁବିଧା ଥିବା ସହର’ ସମ୍ମାନ ।
ଗୁଜୁରାଟର ଗାନ୍ଧୀନଗର ଠାରେ ଆୟୋଜିତ ୧୭ତମ ମୋବିଲିଟି ଇଣ୍ଡିଆ (ୟୁଏମ୍ଆଇ) ସମ୍ମିଳନୀ ୨୦୨୪ର ଉଦଯାପନି ସମାରୋହରେ ଭୁବନେଶ୍ୱର ସହରକୁ ‘ଶ୍ରେଷ୍ଠ ସାର୍ବଜନୀନ ପରିବହନ ସୁବିଧା ଥିବା ସହର’ ଭାବେ ଜାତୀୟ ପୁରସ୍କାର ମିଳିଛି । କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ଏବଂ ଶକ୍ତିମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଠାରୁ ଓଡ଼ିଶା ଆବାସ ଏବଂ ନଗର ଉନ୍ନୟନ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସଚିବ ମଧ୍ୟ ପୁରସ୍କାର ତଥା ସମ୍ମାନ ଗ୍ରହଣ କରିଛନ୍ତି ।
ତେବେ ସହରରେ ଏବେ ଜନସାଧାରଣ ଯାତାୟତ ଦିଗରେ ମୋ ବସ ଓ ଇ-ରାଇଡ ଭଳି ଅଟୋ ସେବା ଜନସାଧାରଣଙ୍କର ଏକ ପ୍ରକାର ପସନ୍ଦ ପାଲଟିଛି । ନିତିଦିନ ଗମନାଗମନ ପାଇଁ ‘ମୋ ବସ’ ଉପରେ ଅଧିକାଂଶ ଲୋକ ନିର୍ଭର କରୁଛନ୍ତି । କେବଳ ଯେ ଯାତାୟତ ଦିଗରେ ଦୂର ଦୂରାନ୍ତ ସ୍ଥାନ ପାଇଁ କେବଳ ଯେ ‘ବସ’ ସେବାର ନୁହେଁ । ବରଂ ଛୋଟ ଛୋଟ ସ୍ଥାନ ବା ଯେଉଁଠି ଅଟୋ ସୁବିଧା ଭଳି ସୁବିଧା ଥିବା ସ୍ଥାନକୁ ଇ-ରାଇଡ ଅଟୋ ବା ଇ-ରିକ୍ସ ଏକ ଯୁଗାନ୍ତକାରି ପଦକ୍ଷେପ ରୂପ ନେଇଛି । ଏନେଇ ଦୈନଦିନ ଯାତାୟତରେ ଏହା ଜନସାଧାରଣଙ୍କ ପାଇଁ ସ୍ବଳ୍ପ ମୂଲ୍ୟରେ ଏକ ସୁବିଧାଜନକ ଯାତ୍ରାର ମାଧ୍ୟମ ସାଜିଛି ।
ଖୁବଶୀଘ୍ର ଏନେଇ ପବ୍ଲିକ ଟ୍ରାନ୍ସପୋର୍ଟରେ ଆଉ ଏକ ସୁବିଧା ଯୋଡି ହେବାକୁ ଯାଉଛି । ଯେଉଁଠି ଓଡ଼ିଶା ସରକାରଙ୍କ ପକ୍ଷରୁ ନିଜସ୍ବ ଏକ ପବ୍ଲିକ ଟ୍ରାନ୍ସପୋର୍ଟ ଟ୍ୟାକ୍ସି ଆପ ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି । ଏନେଇ ଯାତ୍ରୀ ଆପ ଭାବେ ଅନ୍ୟ ଅନଲାଇନ ଟ୍ୟାକ୍ସି ସେବା ଭଳି ସୁବିଧା ଯୋଗାଇବାକୁ ରାଜ୍ୟ ସରକାର ଏନେଇ ଚୁକ୍ତି ସ୍ବାକ୍ଷର କରିବାକୁ ଯାଉଛନ୍ତି । ONDC ଜରିଆରେ ରାଜ୍ୟ ସରକାର ଡ୍ରାଇଭରଙ୍କ ସ୍ବାବଲମ୍ବୀ ଓ ଯାତ୍ରିଙ୍କ ସୁବିଧା ଦୃଷ୍ଟିରୁ ଅନ୍ୟ ଟ୍ୟାକ୍ସି ପ୍ରଦାନକାରି ସଂସ୍ଥାକୁ ଟକ୍କର ଦେଲା ଭଳି ନିଜସ୍ବ ଓଡ଼ିଶା ଯାତ୍ରି ଟ୍ୟାକ୍ସି ସେବା ଆପ ଲଞ୍ଚ ପାଇଁ ଯୋଜନ ଚାଲିଛି । ଫଳରେ ଓଡିଶାରେ ପ୍ରଥମ ଥର ପାଇଁ ସରକାରୀ ପରିଚାଳିତ ଅନଲାଇନ ଟ୍ୟାକ୍ସି ସେବାର ସୁବିଧା ମିଳିବ । ଫଳରେ ଆଗାମୀ ଦିନରେ ଟ୍ୟାକ୍ସି ପରିଚାଳନା କ୍ଷେତ୍ରରେ ଏକ ଯୁଗାନ୍ତକାରି ପଦକ୍ଷେପ ନେବାକୁ ଯାଉଛି ବୋଲି କ୍ରୁଟ ପକ୍ଷରୁ ଏନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚିତ କରାଯାଇଛି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।