MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମୁଖ୍ୟମନ୍ତ୍ରୀଙ୍କୁ ୬ ଦାବି ଜଣାଇଲେ ଭୁବନେଶ୍ୱର ସାଂସଦ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଆଜି ସନ୍ଧ୍ୟାରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ସାକ୍ଷାତ କରିଛନ୍ତି । ଭୁବନେଶ୍ୱରର ଉନ୍ନତି ନିମନ୍ତେ ୬ଟି ପ୍ରସ୍ତାବ ପ୍ରଦାନ କରିଛନ୍ତି । ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିକାଶ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ଅପରାଜିତା ଗତବର୍ଷ ସେପ୍ଟେମ୍ବର ୧୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଅଞ୍ଚଳ ଲୋକଙ୍କ ପାଇଁ ୪ଟି ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବଗୁଡ଼ିକ ଉପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଶୀଘ୍ର କାର୍ଯ୍ୟ ହାତକୁ ନେଇ ଆଗ୍ରହ ଦେଖାଇଛନ୍ତି । ଯାହାକୁ ନେଇ ୨୦୨୫ ବର୍ଷ ଆରମ୍ଭରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ବତନ୍ତ୍ର ଭାବରେ ଧନ୍ୟବାଦ ଜଣାଇଛନ୍ତି ଭୁବନେଶ୍ବର ସାଂସଦ । ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିକାଶ ପାଇଁ ଆଉ ୬ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଏହି ୬ଟି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଭୁବନେଶ୍ବର ବାସିନ୍ଦା ବେଶ୍ ଉପକୃତ ହେବେ ବୋଲି କହିଛନ୍ତି ଅପରାଜିତା ଷଡଙ୍ଗୀ ।

୧ – ନନ୍ଦନକାନନ ରାସ୍ତାର ପ୍ରଶସ୍ତିକରଣ କରି ୨୦୦ ଫୁଟିଆ ରାସ୍ତା କରାଯାଉ ।୨ – କଳ୍ପନାରୁ ରବି ଟକିଜ ଓ ଶିଶୁ ଭବନ ଛକରୁ ମ୍ୟୁଜିୟମ ଛକ ଯାଏ ଫ୍ଲାଏ ଓଭର ନିର୍ମାଣ ହେଉ । ଏହି ପ୍ରକଳ୍ପ ଗୁଡି଼କର ଡିପିଆର ପ୍ରସ୍ତୁତ ହୋଇ ଜିଲ୍ଲାପାଳ, ବିଡିଏ ଓ ବିଏମସି ନିକଟକୁ ଯାଇଛି । ସରକାରଙ୍କ ଆଗାମୀ ପଦକ୍ଷେପକୁ ଅପେକ୍ଷା ରହିଛି ।୩ – ଭୁବନେଶ୍ବର ବାହାରେ ଏକ ରିଙ୍ଗ ରୋଡ୍ ପ୍ରକଳ୍ପ କରାଯାଉ । ୧୪୮ କିମି ଲମ୍ବ ବିଶିଷ୍ଟ ପ୍ରସ୍ତାବିତ ରିଙ୍ଗ ରୋଡ ପାଇଁ ଦାବି ହୋଇଛି । ଏହି ରିଂ ରୋଡ ରାଜଧାନୀ ଉପକଣ୍ଠ ଅଂଚଳକୁ ସଂଯୋଗ କରିବ । ରାଜଧାନୀର ଟ୍ରାଫିକ ସମସ୍ୟା ଦୂର କରିବା ସହ ଯୋଗାଯୋଗକୁ ଅତି ସୁଦୃଢ କରିବ।୪ – ଦୟା ପଶ୍ଚିମ କେନାଲ ଓ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ ହେଉ ।୫ – ସହିଦନଗର ହାଟର ଜମି ଅଧିଗ୍ରହଣ ପାଇଁ ସୁପାରିଶ ହେଉ । ହାଟର ଉନ୍ନତିକରଣ ପାଇଁ ଯୋଜନା ପ୍ରସ୍ତୁତ ହେଉ ।୬ – ନୟାପଲ୍ଲୀରେ ବରିଷ୍ଠ ନାଗରିକଙ୍କ ପାଇଁ କମ୍ୟୁନିଟି ହଲର ନିର୍ମାଣ କରାଯାଉ ।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।