ଆଜି ଆନୁଷ୍ଠାନିକ ଭାବେ କରିବେ ଉଦଘାଟନ। ଏଥିସହ ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କୁ ସମ୍ୱୋଧନ କରିବା କାର୍ଯ୍ୟକ୍ରମ ରହିଛି । ସମମ୍ମିଳନୀରେ ସାମିଲ ହେବା ପାଇଁ ଗତକାଲି ରାତିରେ ଭୁବନେଶ୍ବର ବିମାନବନ୍ଦର ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ବିମାନ ବନ୍ଦରରୁ ସେ ସିଧାସଳଖ ରାଜଭବନ ଯାଇଛନ୍ତି । ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ସଦସ୍ୟ ସ୍ବାଗତ କରିଛନ୍ତି। ରାଜଭବନରେ ରାତ୍ରିଯାପନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।
ଆଜି ଜନତା ମୈଦାନରେ ପ୍ରବାସୀ ଭାରତୀୟ ସମ୍ମିଳନୀରେ ସାମିଲ ହେବେ । ରାଜଭବନରୁ ଦିନ ୯ଟା ୪୫ ମିନିଟରେ ବାହାରିବେ ପ୍ରଧାନମନ୍ତ୍ରୀ । ଜନତା ମଇଦାନରେ ପହଞ୍ଚି ଦିନ ୧୦ଟାରେ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦଘାଟନ କରିବେ । ଏଥିସହ ୫ଟି ପ୍ରଦର୍ଶନୀକୁ ଉଦଘାଟନ କରିବେ ଓ ଷ୍ଟଲ ବୁଲିବେ ପ୍ରଧାନମନ୍ତ୍ରୀ ମୋଦୀ । ଏହାପରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ସମ୍ୱୋଧନ କରିବା କାର୍ଯ୍ୟକ୍ରମ ରହିଛି । ଦିନ ୧୧ଟା ୫୦ରେ ଜନତା ମଇଦାନରେ ବିମାନ ବନ୍ଦର ଅଭିମୁଖେ ବାହାରିବେ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ଅପରାହ୍ଣ ୨ଟା ୨୦ ମିନିଟରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ପହଞ୍ଚିବା କାର୍ଯ୍ୟସୂଚୀ ରହିଛି ।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।