MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦୀଘା ରେ ବଡ଼ ଅଘଟଣ

ଦୀଘାରେ ବଡ଼ ଅଘଟଣ । ସମୁଦ୍ରରେ ପୋଲିସ ବୋଟିଂ କରୁଥିବା ବେଳେ ବୋଟରୁ ପଡିଲେ ପୋଲିସ କର୍ମଚାରୀ । ଦୀର୍ଘ ସମୟଧରି ସମୁଦ୍ରରେ ବୁଲିଲା ବୋଟ । ଆୟତ୍ତ କରିବାକୁ ନାକେଦମ ହେଲା ପୋଲିସ । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘା ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ଭିଡ଼ ଜମିଛି । ନୂଆବର୍ଷ ରାତିରୁ ପର୍ଯ୍ୟଟକଙ୍କ ଭିଡ଼ ଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୁରୁଣା ଦୀଘା ପାଖରୁ ଓଡ଼ିଶା ସୀମାନ୍ତ ଉଦୟପୁର ପର୍ଯ୍ୟନ୍ତ ପୋଲିସ ପ୍ରେଟଲିଂ ବୋଟ କୁ ପ୍ରଶାସନ ପକ୍ଷରୁ ନିୟୋଜିତ କରାଯାଇଛି । ପୋଲିସ ପ୍ରେଟଲଂ କରୁଥିବା ବେଳେ ହଠାତ କୌଣସି କାରଣରୁ କର୍ମଚାରୀ ଜଣଙ୍କ ବୋଟରୁ ତଳେ ପଡିଯାଇଥିଲେ କିନ୍ତୁ ବୋଟ ଟି ଚାଲୁ ରହିଥିଲା । ପ୍ରାୟ ୧ ଘଣ୍ଟା ହେବ ବୋଟ ଟି ଏକା ଏକା ସମୁଦ୍ରରେ ବୁଲୁଥିବା ବେଳେ ବୋଟ ଟିକୁ ଆୟତ୍ତ କରିବା ପାଇଁ ପୋଲିସର ଅନ୍ୟ ବୋଟ ଗୁଡିକୁ ନାକେଦାମ ହେବାକୁ ପଡିଥିଲା । ବୋଟରେ ଥିବା ପୋଲିସ କର୍ମଚାରୀ ଜଣଙ୍କ ଗୁରୁତର ହେବାରୁ ତାଙ୍କୁ ନିକଟବର୍ତି ଦୀଘା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମୋ ଟିଭି ଓଡିଶା, ଦୀଘା

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।