ଭୁବନେଶ୍ଵର: ଏବେ ରାଜ୍ୟରେ ସୁଭଦ୍ରା ଯୋଜନାକୁ ନେଇଚର୍ଚ୍ଚା ଜୋର ଧରିଛି। ମହିଳାମାନେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଚଳଚଞ୍ଚଳ ହୋଇପଡ଼ିଛନ୍ତି। ଇତି ମଧ୍ୟରେ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା କଲ୍ ସେଣ୍ଟର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଏକ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ସୁଭଦ୍ରା ଯୋଜନା ପାଇଁ ଆବେଦନର ଶେଷ ତାରିଖ ନାହିଁ। କିସ୍ତି ମିଳିବା ପରେ ଆବେଦନ କରିଥିଲେ ମଧ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତି। ୧୭ ତାରିଖ ପରେ ପଞ୍ଜିକରଣ କଲେ ମଧ୍ୟ ହିତାଧିକାରୀମାନେ ଟଙ୍କା ପାଇପାରିବେ। ସୁଭଦ୍ରା ଫର୍ମ ଦାଖଲ କରିବାର କୌଣସି ଶେଷ ତାରିଖ ନାହିଁ। ସୂଚନାଯୋଗ୍ୟ, ଆସନ୍ତା ୧୭ ତାରିଖରେ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି। ଅପରପକ୍ଷେ, ଆବେଦନ ପାଇଁ ଆଧାରକାର୍ଡ ଓ ବ୍ୟାଙ୍କ ପାସ୍ବୁକ୍ରେ ଥିବା ତ୍ରୁଟିକୁ ସଂଶୋଧନ କରିବାକୁ ମୋ ସେବା କେନ୍ଦ୍ର, ଡାକଘର, ଅନ୍ଲାଇନ୍ ସେଣ୍ଟର ଓ ବ୍ୟାଙ୍କରେ ମହିଳାମାନଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।
ସୁଭଦ୍ରା’କୁ ନେଇ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ

More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।