ନିର୍ବାଚନ ପାଇଁ ଇସ୍ତାହାର ପ୍ରକାଶ କରିଛି। ବିଜେପି ସଭାପତି ଜେ.ପି ନଡ୍ଡା କହିଛନ୍ତି ଯେ, ଦିଲ୍ଲୀରେ ମହିଳା ସମୃଦ୍ଧି ଯୋଜନା ଅଧିନରେ ମାସିକ 2500 ଟଙ୍କା ଦିଆଯିବ ଏହା ସହ ଏଲପିଜି ସବସିଜି 500 ଟଙ୍କା ଦିଆଯିବ । ସୋହିପରି ହୋଲି, ଦୀପାବଳିରେ ମାଗଣା ଗ୍ୟାସ୍ ସିଲିଣ୍ତର ଦିଆଯିବ । ୨୦୧୪, ୨୦୧୯ ଲୋକ ସଭାରେ ଦିଆଯାଇଥିବା ପ୍ରତିଶ୍ରୁତିର ୯୫ ପ୍ରତିଶତ ପୂରଣ ହୋଇଛି ଏବଂ ଅବଶିଷ୍ଟ ପ୍ରତିଶ୍ରୁତି ପୂରଣ ହେବାକୁ ଯାଉଛି।
ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ହରିୟାଣା ପରି, ମହିଳା ସମୃଦ୍ଧି ଯୋଜନା ଅଧୀନରେ ପ୍ରତି ମାସରେ ୨୫୦୦ ଟଙ୍କା ଦିଆଯିବ। ପ୍ରଥମ କ୍ୟାବିନେଟ ବୈଠକରେ କାର୍ଯ୍ୟକାରୀ ହୋଇଛି। ଗରିବ ମହିଳାମାନଙ୍କ ପାଇଁ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଏବଂ ହୋଲି ଏବଂ ଦୀପାବଳିରେ ଦୁଇଟି ମାଗଣା ସିଲିଣ୍ଡର। ଗର୍ଭବତୀ ମହିଳାଙ୍କୁ ୨୧ ହଜାର ଟଙ୍କା ଏବଂ ପୁଷ୍ଟିକର ସାମଗ୍ରୀ ପ୍ରଦାନ। ଡିଜାଷ୍ଟର ପାର୍ଟି ଦିଲ୍ଲୀର ୫୧ ଲକ୍ଷ ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ କଲା। ଏହା ପ୍ରଥମ କ୍ୟାବିନେଟରେ କାର୍ଯ୍ୟକାରୀ ହେବ। ଏହା ସହିତ, ଦିଲ୍ଲୀ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ମଧ୍ୟ ଅଛି। ଏହିପରି ଭାବରେ, ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା। ୭୦ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକମାନଙ୍କୁ ମଧ୍ୟ ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ମିଳିବ।
ମୋ ଟିଭି ଓଡିଶା, ନୂଆଦିଲ୍ଲୀ
More Stories
ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଅମୃତ ଉଦ୍ୟାନ ।
ସଞ୍ଜୟ ରୟକୁ ଫାଶୀ ଦେବାକୁ ମମତାଙ୍କ ଦାବି
କୋଲକତା ଡାକ୍ତର ଦୁଷ୍କର୍ମ ମାମଲା।