MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପୁରୀ ନିଗମାନନ୍ଦ ସମ୍ମିଳନୀରେ ବଡ଼ ଅଘଟଣ

ପୁରୀ ନିଗମାନନ୍ଦ ସମ୍ମିଳନୀରେ ବଡ଼ ଅଘଟଣ। ସମ୍ମିଳନୀ ଚାଲିଥିବା ବେଳେ ହଠାତ୍ ଦୁଇ ଭକ୍ତଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିଲା। ସେମାନଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଦୁଇଜଣ ପୁରୁଷ ବୋଲି ଜଣାପଡିଛି । ଜଣେ କିଛି ଖାଇନଥିଲେ ଓ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା । ଅନ୍ୟଜଣକ ଛାତିରେ ଷ୍ଟେଂଟ ଲାଗିଥିଲା। ପ୍ରାଥମିକ ତଦନ୍ତରୁ ଉଭୟ ହୃଦଘାତର ଶିକାର ହୋଇଥିବାର ଜଣାପଡିଛି ।

ଆଜି ସମ୍ମିଳନୀରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ଏଥିରେ କିଛି ଭକ୍ତ ଅଣନିଶ୍ବାସୀ ହୋଇପଡିଥିଲେ । ପୁରୀ ବାଲିଗୁଆଳିରେ ନିଗମାନନ୍ଦଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି । ଏଥିରେ ସାମିଲ ହେବାକୁ ହଜାର ହଜାର ଲୋକ ପୁରୀ ଆସିଛନ୍ତି । ପ୍ରାୟ ୧୫ରୁ ୨୦ ହଜାର ଲୋକଙ୍କ ସମାଗମ ହୋଇଛି । ଏହାପୂର୍ବରୁ ଫେବୃଆରୀ ୨୩. ୧୯୯୭ ମସିହାରେ ବାରିପଦାରେ ନିଗମାନନ୍ଦ ସମ୍ମିଳନୀ ଚାଲିଥିବାବେଳେ ଦଳଚକଟାରେ ଶତାଧିକ ଲୋକ ପ୍ରାଣ ହରାଇଥିଲେ ।

ମୋ ଟିଭି ଓଡିଶା, ପୁରୀ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।