MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସୁଭଦ୍ରା ଯୋଜନା ନେଇ ବଡ଼ ଅପଡେଟ୍ ।

ଜାନୁଆରୀ ୧୫ ପରେ ମିଳିବ ସୁଭଦ୍ରାର ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି ଟଙ୍କା । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମାର୍ଚ୍ଚ ୩୦ରେ ଆବେଦନ କଲେ ବି ମିଳିବ ସୁଭଦ୍ରା ଟଙ୍କା । ଏକା ଥରେ ମିଳିବ ସୁଭଦ୍ରାର ୨ଟି କିସ୍ତି । ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ ନକଲା ଯାଏଁ ପଞ୍ଜୀକରଣ ଚାଲିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ତେବେ ନିର୍ଦ୍ଦଷ୍ଟ କେତେ ତାରିଖରେ ଟଙ୍କା ମିଳିବ, ସେନେଇ ସୂଚନା ଦେଇନାହାନ୍ତି । ପ୍ରଥମ କିସ୍ତି ମିଳିବାର ଶେଷ ତାରିଖ ମାର୍ଚ୍ଚ ୮ ଥିଲା । କିନ୍ତୁ ମାର୍ଚ୍ଚ ୩୦ ପରେ ଆବେଦନ କଲେ ବି ଏକାଥରକେ ଦୁଇଟି କିସ୍ତିର ଟଙ୍କା ମିଳିବ। ବ୍ୟାଙ୍କ ଗୁଡିକ ସହିତ ବୈଠକ ସରିଲାଣି। ଏବେ ଅଙ୍ଗନବାଡ଼ି ଦିଦି ମାନେ ଘର ଘର ବୁଲୁଛନ୍ତି। ତେଣୁ ଯାହାର ୫ ଏକର ଜମି ଅଛି ବା ନାହିଁ, ଏହି ଦ୍ୱନ୍ଦ୍ୱ ପାଇଁ ଡିସେମ୍ବର ୩୦ ଯାଏ ତଦନ୍ତ ହେଉଛି ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା। ଏହି ସମୟ ଅବଧିକୁ ଜାନୁଆରୀ ୧୫ ଯାଏଁ ବୃଦ୍ଧି କରାଯାଇଛି।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।