ମୋ ଟିଭି ଓଡିଶା / କଳାହାଣ୍ଡି :୦୭/୦୭(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ରାସ୍ତା ର କୁଳେରଗୁଡା ଘଣ୍ଟିଗୁଡା ରାସ୍ତା ର ଏକ ବୁଲାଣି ନିକଟରେ ଶନିବାର ରାତିରେ ବାଇକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ସମାଜସେବୀ ମଧୁବନ ପାତ୍ର ଦୁର୍ଘଟଣା ସମ୍ପର୍କରେ ଆମପାଣି ପୋଲିସକୁ ଖବର ଦେଇଥିଲେ l ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇବା ସହ ତଦନ୍ତ ଜାରି ରଖିଛନ୍ତି। ମୃତକ ହେଲେ କାଉଡୋଳା ପଞ୍ଚାୟତ ବାଞ୍ଜି ବାହାଲ ଗ୍ରାମ ର ମୋହନ ମାଝୀ(୫୦) ବୋଳି ଜଣାପଡିଛି। ସେ କୌଣସି କାମ ରେ ବେହେରା ଯାଇ ରାତିରେ ଘରକୁ ଫେରିବା ବାଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ତେବେ କୌଣସି ଅଜଣା ବାଇକ ଧକ୍କା ଦେବା ଫଳରେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବୋଳି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆମପାଣି ପୋଲିସ ପକ୍ଷରୁ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି। ମୃତକ ଙ୍କ ୪ ପୁଅ ଓ ସ୍ତ୍ରୀ ରହିଛନ୍ତି, ପରିବାର ର ରୋଜଗାର କ୍ଷମ ବ୍ୟକ୍ତି ଙ୍କୁ ହରାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।