February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜଂକିଆ ଥାନା ନିକଟରେ ଦୁର୍ଘଟଣା ,୨ଯୁବକ ଗୁରୁତର।

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଧିନସ୍ଥ ନୂଆଜଗନ୍ନାଥ ସଡ଼କରେ ବାଇକ ଦୁର୍ଘଟଣା। ବାଇକ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର। ଗୁରୁତର ଦୁଇ ଯୁବକଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଖୋର୍ଦ୍ଧା ସଦର ଚିକିତ୍ସାଳୟ ରେ ଭର୍ତ୍ତି କରିଛନ୍ତି। ଦୁଇ ଗୁରୁତର ଯୁବକ ହେଉଛନ୍ତି ଜଂକିଆ ଥାନା ଓଳ ସିଂ ଗ୍ରାମର ସନ୍ତୋଷ ଭୋଇ ଓ କରୁଣାକର ଭୋଇ ବୋଲି ଜଣା ପଡିଛି। ବାଇକ ଚାଳକ ଦ୍ୱୟ ଭୁବନେଶ୍ୱର ରୁ ଗୋଟିଏ ପଲସର ବାଇକ ରେ ଓଳ ସିଂ ସ୍ଥିତ ଘରକୁ ଫେରୁଥିଲେ। ଘରକୁ ଫେରୁଥିବା ବେଳେ ଜଙ୍କିଆ ଠାରେ ଦୁର୍ଘଟଣା ଘଟିଥିଲା। ଦ୍ରୁତ ଗତିରେ ଯାଉଥିବା ପଲସର ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା। ବାଇକ ଚାଳକ ଦ୍ୱୟ ବାଇକ ରୁ ଛିଟିକି ପଡି ଗୁରୁତର ହୋଇଥିଲେ।ଖବର ପାଇ ଜଙ୍କିଆ ପୋଲିସ ବାଇକ କୁ ଜବତ କରି ଘଟଣା ର ତଦନ୍ତ କରୁଛି।

ମୋ ଟିଭି ଓଡିଶା, ଖୋର୍ଦ୍ଧା

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।