ମୋ ଟିଭି ଓଡିଶା / କଳାହାଣ୍ଡି : ୨୫/୦୬(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ଡୁଡୁକାଠେଙ୍ଗା ପଞ୍ଚାୟତ ଧୋବେନ ଚଞ୍ଚରା ଗ୍ରାମ ର ଦୁର୍ଜନ ନାଗ (୫୦)ଓ ତୋଫାନ ନାଗ(୩୫) ରାସନ ସାମଗ୍ରୀ ଆଣିବାକୁ ଆମପାଣି କୁ ବାଇକ ରେ ଯାଉଥିବା ବେଳେ ବିଜୁ ଏକ୍ସପ୍ରେସ ୱେ ରଏନଗୁଡା ଛକ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡି ରହିଥିବା ବେଳେ କିଛି ସ୍ଥାନୀୟ ଲୋକମାନେ ଏନେଇ ଆମପାଣି ପୋଲିସକୁ ଖବର ଦେବାପରେ ପୋଲିସ ପହଞ୍ଚି ଦୁଇ ଗୁରୁତର କାକା ଦୁର୍ଜନ ନାଗ ଓ ପୁତୁରା ତୋଫାନ ନାଗକୁ ଉଦ୍ଧାର କରି ପୋଲିସ ଗାଡି ରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ତେବେ ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣ ଙ୍କ ଅବସ୍ଥା ଜଟିଳ ଥିବାରୁ ଭବାନୀପାଟଣା ଜିଲ୍ଲା ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଚିକତ୍ସା ଧୀନ ଅବସ୍ଥାରେ ଦୁର୍ଜନ ନାଗ ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ଆମପାଣି ପୋଲିସ ପକ୍ଷରୁ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।
More Stories
ମହାରାଷ୍ଟ୍ରର ଜଲଗାଁଓରେ ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି ।
ରଶି ଲଗାଇ ମାନସିକ ଅସ୍ଥିରତା ମଧ୍ୟରେ ଥିବା ଶିକ୍ଷକଙ୍କ ଆତ୍ମହତ୍ୟା
ବିଲ ମଝିରେ ଜଳିଗଲା ମୋଟର ସାଇକେଲ।