ଜରୁରୀକାଳିନ ସ୍ୱାସ୍ଥ୍ୟ ସେବା ରେ ଗର୍ଭବତୀ ମହିଳା
ମୋ ଟିଭି ଓଡ଼ିଶା, ଫୁଲବାଣୀ:(ସୁଶାନ୍ତ କୁମାର ସାହୁ, ସୁଶାନ୍ତ ଦିଗାଲ):
ଦୂର୍ଗମ ଅଞ୍ଚଳରେ ଆନୁଷ୍ଠାନିକ ପ୍ରସବକୁ ସୁନିଶ୍ଚିତ କରିବା ପାଇଁ ସରକାରି ଓ ବେସରକାରି ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁଥିବା ବେଳେ କନ୍ଧମାଳ ଜିଲ୍ଲାରେ ଏମିତି ବହୁତ ଅଂଚଳ ଅଛି ଯେଉଁଠିକୁ ବଡ ଆମ୍ବୁଲାନ୍ସ ପହଂଚିବା କଷ୍ଟକର । ଯାହା ଫଳରେ ଗର୍ଭବତୀଙ୍କ ଠାରୁ ଆରମ୍ଭ କରି ସାଧାରଣ ରୋଗି ମଧ୍ୟ ଅସୁବିଧାରେ ସମ୍ମୁଖିନ ହେବା ସହ ପ୍ରାଣ ହରାଉଛନ୍ତି । ଏଣୁ ଏହି ସମସ୍ୟାର ସମାଧାନ ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ଅପହଂଚ ଗ୍ରମପଂଚାୟତ ରେ ଆନୁଷ୍ଠାନିକ ପ୍ରସବକୁ ସୁନିଶ୍ଚିତ କରିବା ସହିତ ଜରୁରୀକାଳିନ ସ୍ୱାସ୍ଥ୍ୟସେବା ପହଂଚାଇବା ନିମନ୍ତେ ୨୦୧୮ ମସିହାରୁ ଆରମ୍ଭ ହୋଇଥିଲା ବାଇକ୍ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା ।

ଆଜିପର୍ଯ୍ୟନ୍ତ ଏହି ସେବା ଜାରି ରହିଥିବା ବେଳେ ସ୍ଥାନୀୟ ଅଂଚଳବାଶୀ ଙ୍କ ନିମନ୍ତେ ଏହା ବେଶ୍ ସହାୟକ ହେଉଥିବା ପରିଲକ୍ଷିତ ହେଉଛି । ବ୍ଲକ୍ ର ସାଡିଙ୍ଗିଆ, ସୁମରବନ୍ଧ, ପାଙ୍ଗା ଉପରସାହି ଭଳି ଉପାନ୍ତ ଗ୍ରାମ ଗୁଡିକରେ ଏହି ସେବା ଜନସାଧାରଣ ଙ୍କ ନିକଟରେ ଜରୁରୀକାଳିନ ସ୍ୱାସ୍ଥ୍ୟସେବା ପହଂଚାଇବାରେ ମୂଖ୍ୟଭୂମିକା ତୁଲାଉଛି । ଏହି ଦୂର୍ଗମ ଓ ଅପହଂଚ ଇଲାକା ଗୁଡିକରେ କାହାର ଦେହଖରାପ ହେଲେ ଖବର ପାଇବା କ୍ଷଣି ବାଇକ୍ ଆମ୍ବୁଲାନ୍ସ ପହଂଚି ଯାଏ ଏବଂ ରୋଗିଙ୍କୁ ଧରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ନିମନ୍ତେ ନେଇଥାଏ । ଜିଲ୍ଲାରେ ୨୦୧୮ ମସିହାରୁ ଜିଲ୍ଲାପ୍ରଶାସନ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ସେବା ମାଧ୍ୟମରେ କେବଳ ଫିରିଙ୍ଗିଆ ବ୍ଲକ୍ ରେ ୭୦୦ ରୁ ଅଧିକ ଲୋକଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଥିବା କଥା ସ୍ୱାତୀ ଅନୁଷ୍ଠାନ ର ସଂପାଦକ ହରି ଶଙ୍କର ରାଉତ ସୂଚନା ଦେଇଥିଲେ । ଏହାଦ୍ୱାରା ବିଶେଶ କରି ଗର୍ଭବତୀ, ପ୍ରସୁତୀ, ବରିଷ୍ଠ ନାଗରୀକ, ଶିଶୁ ଓ ଦୂର୍ଘଟଣାରେ ଗୁରୁତର ବ୍ୟକ୍ତି ମାନେ ଉପକୃତ ହେଉଥିବା ଜଣାପଡିଛି । ବାଇକ୍ ଆମ୍ବୁଲାନ୍ସ ଗୁଡିକୁ ନିକଟସ୍ଥ ପ୍ରାଥମିକ ଓ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସହ ଯୋଡାଯାଇଛି ଯାହାକି ଲୋକଙ୍କୁ ସ୍ୱାସ୍ଥ୍ୟସେବା ପାଇବାରେ ସୁବିଧା ହେଉଛି ।

ଆମ୍ବୁଲାନ୍ସକୁ ଚଲାଇବା ପାଇଁ ଜଣେ ଲେଖାଏଁ ଡ୍ରାଇଭର ନିଜୁକ୍ତି କରାଯାଇଛି । ନିକଟସ୍ଥ ଗାଁ ର ଆଶା କର୍ମୀ ମାନେ କୌଣଶୀ ଜରୁଜୀକାଳିନ ସ୍ୱାସ୍ଥ୍ୟ ସମସ୍ୟାର ସୂଚନା ପାଇଲେ ସଙ୍ଗେ ସଙ୍ଗେ ମୋବାଇଲ୍ ଯୋଗେ ବାଇକ୍ ଆମ୍ବୁଲାନ୍ସର ଡ୍ରାଇଭରକୁ ଯୋଗାଯୋଗ କରି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଂଚାଇବା ନିମନ୍ତେ ଡାକି ଥାଆନ୍ତି । ବାଇକ୍ ଆମ୍ବୁଲାନ୍ସ ତୁରନ୍ତ ଘର ନିକଟରେ ପହଂଚି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଜରୁରୀ ଚିକିତ୍ସା କରାଇ ପୁଣି ଘର ପାଖରେ ଆଣି ଛାଡିଦେଇଥାଏ । ଅନ୍ୟପକ୍ଷରେ ଏହି ବାଇକ୍ ଆମ୍ବୁଲାନ୍ସ ଜେଉଁ ଗାଁକୁ ବଡ ଆମ୍ବୁଲାନ୍ସ ଯାଇପାରେ ନାହିଁ ସେହି ଗାଁରୁ ଗୁରୁତର ରୋଗିଙ୍କୁ ଆଣି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ କିମ୍ବା ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ କୁ ଅଧିକରୁ ଅଧିକତର ଚିକିତ୍ସା ନିମନ୍ତେ ପଠାଇବାରେ ମଧ୍ୟ ସହେଯାଗ କରିଥାଏ । ପାହାଡ ଜଙ୍ଗଲ ଘେରା କନ୍ଧମାଳ ଜିଲ୍ଲାରେ ଏହିଭଳି ବାଇକ୍ ଆମ୍ବୁଲାନ୍ସ ସେବାକୁ ସାଧାରଣ ରେ ପ୍ରଶଂଶା କରାଯାଉଥିବା ବେଳେ ଅନ୍ୟ ଅଂଚଳ ଗୁଡିକରେ ମଧ୍ୟ କାର୍ଯ୍ୟକାରୀ କରିବା ନିମନ୍ତେ ଦାବି ହେଉଛି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।