କଳାହାଣ୍ଡି:୨୦/୦୪ : ଆଗକୁ ସାଧାରଣ ନିର୍ବାଚନ ମଇ ୧୩ ରେ କଳାହାଣ୍ଡି ଜିଲ୍ଲାରେ ହେବାକୁ ଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ସଚେତନତା ସୃଷ୍ଟି ଅଭିଯାନ ପାଇଁ ପ୍ରୟାସ ଆରମ୍ଭ କରାଯାଇଛି। ଏହି କ୍ରମରେ ଆଜି କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ଏକ ବାଇକ ରେଲି ଆୟୋଜନ କରି ଭୋଟର ଙ୍କୁ ସଚେତନତା ସୃଷ୍ଟି କରାଯାଇଛି।
ଏହି ସଚେତନତା କାର୍ଯ୍ୟକ୍ରମ ରେ ଧର୍ମଗଡ ଉପ ଜିଲ୍ଲାପାଳ ଧିମାନ ଚକମା, କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀ, ତହସିଲଦାର ନବୀନ କୁମାର ପାଢୀ, କୋକସରା ଥାନା ଅଧିକାରୀ ରନିତା ପ୍ରଧାନ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ ବେହେରା, ଜିପିଡ଼ିଓ ପାତ୍ର ଓ ବ୍ଲକ କର୍ମଚାରୀ, ଶିକ୍ଷକ ମାନେ ବାଇକ ରାଲିରେ କୋକସରା ସହର ପରିକ୍ରମା କରି ଭୋଟର ସଚେତନତା କରିଛନ୍ତି।
ଭୋଟ ହେଉଛି ନାଗରିକ ହେବାର ମୌଳିକ ଅଧିକାର, ନିଜର ଅଧିକାରକୁ ସମସ୍ତେ ସାବ୍ୟସ୍ତ କରି ନିଜର ମତଦାନ କରିବା ଜଣେ ନାଗରିକର ପ୍ରଥମ କର୍ତ୍ତବ୍ୟ ଓ ଦାୟିତ୍ୱ ବୋଳି ସଚେତନ କରିଥିଲେ।
More Stories
ପୂର୍ବତଟ ରେଳପଥର ନୂତନ ରାୟଗଡା ରେଳମଣ୍ଡଳ ପାଇଁ ମଣ୍ଡଳ ରେଳବାଇ ପ୍ରବନ୍ଧକ (ଡିଆରଏମ) ନିଯୁକ୍ତ:
ଯାତାୟାତ ସଂଯୋଗ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକାଧିକ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ :
ବରଗଡ ରୋଡ୍ ଏବଂ ନୂଆପଡା ରୋଡ୍ ନୂତନ ରେଳ ଲାଇନ – ଏକ ସ୍ୱତନ୍ତ୍ର ରେଳ ପ୍ରକଳ୍ପ: