MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଛେଚା ଖାଇଲେ ବାଇକ୍ ଚୋର

ଧର-ଧର , ମାର-ମାର , କହିକି ବୁହେ ଛେଚିଲେ , ଯିଏ ପାରିଲା ସିଏ ଛେଚିଲା । ମାଡ଼ ଖାଇବା ପରେ ଚୋର ଜଣକ ଚୋରି ଘଟଣାର ସମସ୍ତ ଘଟଣା ବାନ୍ତି କରି ପକାଇଲା ।

ଖୋର୍ଦ୍ଧା ଜିଲ୍ଲାର ସୁନ୍ଦରପୁର-ଉଦୟଗିରି ଗାଁ ମଝିରେ ଧରାପଡିଗଲା ବାଇକ୍ ଚୋର । ଚୋର ବିକ୍ରି କରୁଥିଲା ଚୋରା ମୋଟର ସାଇକେଲ । ଚୋର ଜଣକ ଯାହାର ମୋଟର ସାଇକେଲ ଚୋରି କରିଥିଲା ସେହି ଗାଡ଼ି ମାଲିକ ଙ୍କ ଜଣେ ସମ୍ପର୍କୀୟଙ୍କୁ ସେହି ଚୋରା ମୋଟର-ସାଇକେଲ ଟି ବିକ୍ରି କରିବା ବେଳେ ଧରାପଡିଗଲା । ସମସ୍ତେ ବୁହେ-ବୁହେ ଖୋବା-ଖୋବି କରିଦେବା ପରେ ସବୁ ସତ ଓଗାଳି ଥିଲା ଚୋର ଜଣକ ।

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ଉଜଳା-ଗୋପିନାଥପୁର ଗାଁର ଉପମା ପରିଡ଼ା ଏକାଧିକ ମୋଟର ସାଇକେଲ ଚୋରି କରିବା ପରେ ସେ-ସବୁକୁ ବିକ୍ରି କରୁଥିଲା , ହେଲେ ସେ ଜାଣି ନଥିଲା ଚୋର ଘର ସବୁଦିନ ଅନ୍ଧାର ନଥିବ , ଦିନେ-ନା-ଦିନେ ଧରାପଡିବ ବୋଲି । କାଳୁପଡାଘାଟ ରେଳ ଷ୍ଟେସନ ନିକଟରୁ ଉପମା ପରିଡ଼ା ଏକ ମୋଟରସାଇକେଲ କୁ ଚୋରି କରିବା ପରେ ତାହାକୁ ବିକ୍ରି କରୁଥିଲା , ଆଉ ଶେଷରେ ଧରପଡି ବୁହାଏ ଛେଚା ଖାଇବା ପରେ ପୋଲିସ ଜିମା ଦେଇଛନ୍ତି ଗାଁ ଲୋକେ । ଟାଙ୍ଗୀ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ବୋଲି ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି ।

ମୋ ଟିଭି ଓଡିଶା, ଖୋର୍ଦ୍ଧା

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।