MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବ୍ଲକ ଅଧ୍ୟକ୍ଷ ପଦ ଫେରି ଫାଇଲେ ବିନ୍ଦୁ ମହାନନ୍ଦ।

ମୋ ଟିଭି ଓଡିଶା / କଳାହାଣ୍ଡି : ( ସନତ ପ୍ରଧାନୀ )

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଦିର୍ଘ ୧୧ ମାସ ପରେ ପୁଣିଥରେ ଅଧ୍ୟକ୍ଷ ପଦ ଫେରି ପାଇଛନ୍ତି ବିନ୍ଦୁ ମହାନନ୍ଦ । ପୁଲିସ କେସ ଓ ଆୟ ବହିର୍ଭୁତ ଠୁଳ ମାମଲା ରେ ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟ ଚଲାଣ କରିଥିବା ବେଳେ ସେ ନିୟମିତ ବେଲ ମାଧ୍ୟମରେ ଘରକୁ ଫେରିଥିଲେ । ତାଙ୍କର କେସ ବର୍ତ୍ତମାନ କୋର୍ଟରେ ଚାଲୁ ରହିଥିବା ବେଳେ ସେ ଦୋଷୀ ସାବ୍ୟସ୍ତ ହୋଇ ନ ଥିବାରୁ ରାଜ୍ୟ ସରକାର ତାଙ୍କ ବ୍ଲକ ଅଧ୍ୟକ୍ଷ ପଦବୀରେ ଅବସ୍ଥାପିତ କରିଥିବାରୁ ଆଜି ସେ ତାଙ୍କର ହଜାର ହଜାର ସମର୍ଥକ ମାନଙ୍କ ସହିତ ବ୍ଲକ ଅଫିସକୁ ଆସି ବ୍ଲକ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ ।

ଏହି ସମୟରେ ବିଜେପିର ଅନେକ ବରିଷ୍ଠ କର୍ମୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ପୂର୍ବରୁ ଅନେକ ଜନ ହିତକର କାର୍ଯ୍ୟ,ଦୈନନ୍ଦିନ ଲୋକଙ୍କ ଅଭିଯୋଗ ଶୁଣିବା ଓ ଲୋକଙ୍କ ଦ୍ୱାର ମୁହଁରେ ସେବା କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ବ୍ଲକ ଅଧିକାରୀମାନଙ୍କୁ ଧରି ଗାଁ ଗାଁ ବୁଲି ଲୋକଙ୍କ ଅଭିଯୋଗ ଶୁଣି ସମାଧାନ କରୁଥିବାରୁ ସେ ବ୍ଲକ ତଥା ସମସ୍ତ ଜିଲ୍ଲାରେ ପରିଚିତ ହୋଇ ପାରିଥିଲେ । ଦିନକୁ ଦିନ ତାଙ୍କର ଲୋକପ୍ରିୟତା ବଢି ଚାଲିଥିବାରୁ ତାଙ୍କୁ ବିଜେଡି ର ବିରୋଧି ଗୋଷ୍ଠୀ ଚକ୍ରାନ୍ତ କରି ଫସାଇ ଦେଇ ଜେଲ ପଠାଇ ଦେଇଥିବା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିଲା ।

ଆଜି ଶ୍ରୀ ମହାନନ୍ଦ ବ୍ଲକ ଅଧ୍ୟକ୍ଷ ପଦ ଫେରି ପାଇଥିବା ବେଳେ ତାଙ୍କ ସମର୍ଥନ ମହଲରେ ଖୁସିର ମାହୋଲ ଦେଖାଦେଇଛି । ଅପରପକ୍ଷରେ ଲୋକଙ୍କ ଦୁଆର ମୁହଁରେ ସେବା ମାଧ୍ୟମରେ ଲୋକଙ୍କ ସମସ୍ୟା ସମଧାନ କରାଯିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ । ଆଜି ବିଜେପି ର ଶତାଧିକ ସମର୍ଥକ ଙ୍କ ଗହଣ ରେ ସେ ଅଧ୍ୟକ୍ଷ ପଦବୀ ରେ ଯୋଗ ଦେଇଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।