ଖୋରଧା ଜିଲ୍ଲା ଚିଲିକା ବ୍ଲକ ମାନସିଂହପୁର ଠାରେ ଆଜି ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଟାଙ୍ଗି ରେଞ୍ଜର ବିରାଜ୍ ଦାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାରେ ଆଜି ପକ୍ଷୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ମୂଖ୍ୟ ଅତିଥି ଭାବରେ ସମାଜସେବୀ ଧନେଶ୍ଵର ବିଧାର, ଚିଲିକା ଆଦ୍ରଭୂମି ସଂରକ୍ଷଣ, ସମିତି ସମ୍ପାଦକ ଲକ୍ଷ୍ମୀଧର ବେହେରା, ଉପସଭାପତି ସଞ୍ଜୟ ବେହେରା ଉପସ୍ଥିତ ଥିଲେ। ଚିଲିକା ଅଂଚଳରୁ ପକ୍ଷୀ ଶିକାର ସମ୍ପୁର୍ଣ୍ଣ ବନ୍ଦ କରିବା ପାଇଁ ସାମୁହିକ ଶପଥ ପାଠ କରାଇଥିଲେ ଧନେଶ୍ଵର ବିଧାର୍। ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ବାସିନ୍ଦା, କମିଟି ସଭ୍ୟମାନେ ବନ୍ୟପ୍ରାଣୀ ବିଭାଗକୁ କିଛି ମତ ଉପସ୍ଥାପନ କରିଥିଲେ । ସେଥିରେ ମୂଖ୍ୟ ଦାବୀ ଥିଲା। ସୋରଣ ଜେଟି ନିକଟରେ ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର କରିବା, ପେଟ୍ରୁଲିଙ୍ଗିକୁ ଆହୁରି କଡ଼ାକଡି କରିବା, ବାଲିଆ ଠାରୁ କାଳୁପଡା ପର୍ଯ୍ୟନ୍ତ ଚିଲିକା କୂଳରେ ଏକ ପକ୍କା ରାସ୍ତା ନିର୍ମାଣ କରିବା ।
ଯାହାଫଳରେ ଶିକାରୀଙ୍କୁ ଠାବ କରିବାରେ ସକ୍ଷମ ହୋଇ ପାରିବ। ପକ୍ଷୀ ଶିକାରୀଙ୍କୁ ଠାବ କରିବାରେ ବିଭାଗ ଆମ କମିଟିକୁ ସମ୍ପୂର୍ଣ ସହଯୋଗ କରିବା ଭଳି ଅନେକ ଦାବି ଉପସ୍ଥାପନ କରିଥିଲେ। ବନ୍ୟପ୍ରାଣୀ ବିଭାଗ ମଧ୍ଯ ଏସଂପର୍କରେ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ସଭା ଶେଷରେ
ସୋରଣ ବିଭଗ ଫରେଷ୍ଟର ଜିତେନ୍ଦ୍ର କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସମାପ୍ତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବହୁସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଓ କମିଟି ସଭ୍ୟମାନେ ଯୋଗ ଦେଇଥିଲେ।
ମୋ ଟିଭି ଓଡିଶା, ଚିଲିକା
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।