ମୋ ଟିଭି ଓଡିଶା / ଖୋର୍ଦ୍ଧା :
ଏସିଆ ମହାଦେଶର ପ୍ରଥମ ଗ୍ରାମୀଣ ବିଜ୍ଞାନ ମହାବିଦ୍ୟାଳୟ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ କ୍ଷେତ୍ରବାସି ଡିଏଭି ମହାବିଦ୍ୟାଳୟରେ ଆଜି ବିଶିଷ୍ଟ ଶିକ୍ଷାବିତ ବାସୁଦେବ ସାହୁ ଙ୍କ ଜନ୍ମଜୟନ୍ତୀ ଭୁବନେଶ୍ୱର ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ମହାବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି।

ମହାବିଦ୍ୟାଳୟ ର ଅଧ୍ୟକ୍ଷା ବ୍ରତତି ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅବସରପ୍ରାପ୍ତ ପୁରାତନ ଓଡିଆ ପ୍ରଧ୍ୟାପକ ଡ ବେଣୁଧର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ପ୍ରଫେସର ଶ୍ରୀମତୀ ସଙ୍ଗମିତ୍ରା ମିଶ୍ର, ପ୍ରଫେସର ଶରତ ଚନ୍ଦ୍ର ରଥ ସ୍ବତନ୍ତ୍ର ଅତିଥି, ଡ଼ ଶୁଭଶ୍ରୀ ସ୍ବୈମ୍ୟ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ l
ପ୍ରେମାନନ୍ଦ ମହାପାତ୍ର, ଡ଼ ଫଣୀନ୍ଦ୍ର ଭୁଷଣ ନନ୍ଦ ଉପସ୍ଥିତ ରହି ସମସ୍ତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ବିଶିଷ୍ଟ ଶିକ୍ଷାବିତ ବାସୁଦେବ ସାହୁ ଙ୍କ ଜୀଵନି ଓ ଲେଖିଥିବା ପୁସ୍ତକ ଉପରେ ଏକ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଡ଼ ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିବାବେଳେ ମହାବିଦ୍ୟାଳୟ ସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।