January 27, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସୁନ୍ଦରଗଡ଼ରେ ଜନ୍ମାଷ୍ଟମୀ ପାଳନ ।

ମୋ ଟିଭି ଓଡିଶା / ସୁନ୍ଦରଗଡ଼ (ଦେବେନ୍ଦ୍ର କୁମାର ଭିତ୍ରିଆ)


ସୁନ୍ଦରଗଡ :୨୬/୦୮: ହିନ୍ଦୁ ଧର୍ମର ପବିତ୍ର ପର୍ବ ଜନ୍ମାଷ୍ଟମୀ ଶ୍ରୀକୃଷ୍ଣଙ୍କ ଜନ୍ମ ତିଥି ଭାବରେ ପ୍ରତ୍ୟେକ ଗ୍ରାମ, ମନ୍ଦିର, ଅନୁଷ୍ଠାନରେ ସ୍ଵତନ୍ତ୍ର ଭାବରେ ପାଲିତ ହୋଇଥାଏ । ଏହି ଅବସରରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସୁନ୍ଦରଗଡ଼ରେ ସମସ୍ତ ଛାତ୍ର ଛାତ୍ରୀ, ଅଭିଭାବକ, ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ । ନିମନ୍ତ୍ରିତ ଅତିଥି ଭାବେ ସଭାପତି ଗୌରୀ ଶଙ୍କର ପଟେଲ, ସମ୍ପାଦକ ଶ୍ରୀବତ୍ସ କୁମାର ଚୌଧୁରୀ, ସୁଧାଂଶୁ କୁମାର ଚୌଧୁରୀ, ସଭ୍ୟ ମନୋଜ ପୁରୋହିତ ଓ ପ୍ରଧାନ ଆଚାର୍ଯ୍ୟ ସୁନିଲ କୁମାର ପଟେଲଙ୍କ ଉପସ୍ଥିତିରେ ଯଥାବିଧି ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ବନ୍ଦନା, ପୁଷ୍ପାଞ୍ଜଳି କାର୍ଯ୍ୟ ସମ୍ପାଦିତ ହୋଇଥିଲା ।

କୁନି କୁନି ଛାତ୍ର ଛାତ୍ରୀ ମାନେ ଶ୍ରୀକୃଷ୍ଣ ବେଶରେ ନିଜକୁ ସୁସଜ୍ଜିତ କରି ବିଦ୍ୟାଳୟ କୁ ଆସିଥିଲେ, ଯାହାକି କାର୍ଯ୍ୟକ୍ରମର ଏକ ମୁଖ୍ୟ ଆକର୍ଷଣ ଥିଲା l ପିଲାମାନଙ୍କ ମଧ୍ୟରେ ପୌରାଣିକ ଚିନ୍ତା ଧାରାକୁ ଉଦଜୀବିତ କରି ଶ୍ରୀକୃଷ୍ଣଙ୍କ ଆଦର୍ଶରେ ପରମ୍ପରା ସହ ପରିଚିତ କରାଇବା, ଏହାର ମୂଖ୍ୟ ଆଭିମୁଖ୍ୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ସମସ୍ତ ଗୁରୁଜୀ ଗୁରୁମା ସଫଳ ପରିଚାଳନା କରିବାରେ ସହଯୋଗ କରିଥିଲେ l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।