ଖୋର୍ଦ୍ଧା : ୨୬/୦୪ : ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକ ନୂଆଗଡ ଗ୍ରାମପଞ୍ଚାୟତ ମୋରମରସିଂହ ଠାରେ ପ୍ରତିଷ୍ଠିତ ଆରାଧ୍ୟ ଶ୍ରୀ ଶ୍ରୀ ମୁକ୍ତେଶ୍ଵର ଦେବଙ୍କ ପବିତ୍ର ପୀଠରେ ୩୦ ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇ ଆଜି ହୋଇଯାଇଛି। ଭକ୍ତଶ୍ରଦ୍ଧାଳୁ ମାନେ ମୋରମରସିଂହ ନିକଟସ୍ଥ ପୁସ୍କରୀଣିରୁ କଳସ ଯାତ୍ରା କରି ମୁକ୍ତେଶ୍ଵର ଦେବଙ୍କ ପୀଠରେ ପହଂଚି ମନ୍ଦିର ପରିକ୍ରମା କରିବା ପରେ ମହାଯଜ୍ଞ ଆରମ୍ଭ ହୋଇଥିଲା।

ପ୍ରତ୍ୟେକ ଦିନ ପ୍ରାତଃଭୁ ବିଧିବିଧାନ ଅନୁଯାୟୀ ଗୋ ପୂଜା ସୂର୍ଯ୍ୟ ଙ୍କ ପୂଜା ଇତ୍ୟାଦି କରାଯାଇଥଲା । ବ୍ରାହ୍ମଣ ପଣ୍ଡିତ ମାନେ ମନ୍ତ୍ର ପାଠ କରି ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା କରିଥିଲେ।ଆଖପାଖ ଅଂଚଳର ଶହ ଶହ ଭକ୍ତ ଶ୍ରଦ୍ଧାଳୁ ଶ୍ରୀ ଶ୍ରୀ ମୁକ୍ତେଶ୍ଵର ଦେବଙ୍କ ପୀଠରେ ଅନୁଷ୍ଠିତ ମହାଯଜ୍ଞ କାର୍ଯ୍ୟକ୍ରମ ପ୍ରଭୁ ଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି।

ମହାଯଜ୍ଞ ରେ ମୋରମରସିଂହ ଗ୍ରାମର ସମସ୍ତ ଗ୍ରାମବାସୀ ମାନେ ସହଯୋଗ କରିଛନ୍ତି।ପ୍ରତ୍ୟେକ ଦିନ ସଂନ୍ଧ୍ୟା ରେ ଭଜନ, ନାମ ସଂକିର୍ତ୍ତନ ପ୍ରବଚନ ଆଦି କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ