January 31, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସସ୍ମିତା ମାଝୀଙ୍କୁ ବହିଷ୍କାର କଲା ବିଜେଡି….

ମୋ ଟିଭି ଓଡିଶା / ଭୁବନେଶ୍ୱର : ଭିକେ ପାଣ୍ଡିଆନଙ୍କ ନାଁ ନେଇ ଚାକିରି କରାଇ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ମାମଲାରେ ଫସିଥିବା ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ସସ୍ମିତା ମାଝୀଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ତାଙ୍କୁ ବହିଷ୍କାର କରାଯାଇଥିବା ନେଇ ଦଳ ତରଫରୁ ଏକ ପ୍ରେସ୍ ରିଲିଜ୍ ଜରିଆରେ ସୂଚନା ଦିଆଯାଇଛି। ଜନବିରୋଧୀ କାର୍ଯ୍ୟ ଯୋଗୁ ସସ୍ମିତା ମାଝୀଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ପ୍ରେସ୍ ରିଲିଜରେ ଉଲ୍ଲେଖ କରାଯାଇଛି | ଏହି ମାମଲାରେ ସସ୍ମିତା ମାଝୀଙ୍କ ସମେତ ୩ ଜଣ ଅଭିଯୁକ୍ତ ରହିଛନ୍ତି।

ସେମାନଙ୍କ ମଧ୍ୟରୁ ଜଣେ ରମେଶ ରାଉତ ଗିରଫ ହୋଇଛନ୍ତି। ତାଙ୍କ ଘର କେନ୍ଦ୍ରାପଡ଼ା । ତାଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି। ରମେଶ ନିଜକୁ ଭିକେ ପାଣ୍ଡିଆନଙ୍କ ଶଳା କହି ଚାକିରି କରାଇ ଦେବା ନାଁରେ ଅନେକ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିଥିଲେ । ଏଥିରେ ତାଙ୍କ ସହିତ ସସ୍ମିତା ମାଝୀ ଓ ଅନ୍ୟ ଜଣେ ସହଯୋଗୀ ସାମିଲ ଥିବା ଅଭିଯୋଗ ହୋଇଛି। ରମେଶଙ୍କୁ ଗିରଫ କରାଯାଇଥିବା ଅନ୍ୟ ଦୁଇ ଜଣ ଫେରାର ଥିବା ଜଣାପଡ଼ିଛି। ମାଥିଲି ଥାନାରେ ସେମାନଙ୍କ ନାଁରେ ଏକାଧିକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନେ କାର୍ତ୍ତିକ ରାୟ ନାମକ ଜଣେ ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କ ଠାରୁ ୨୬ ଲକ୍ଷ ୨୦ ହଜାର ଟଙ୍କା ଠକି ନେଇଥିବା ବେଳେ ମାଧବ କୁମାରଙ୍କୁ ପିଇଓ ଚାକିରି କରାଇ ଦେବା ନାଁରେ ୧୦ ଲକ୍ଷ ୧୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।