MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିଜେଡି ଘୋଷଣା କଲା କୋରେଇ ବିଧାନସଭା ପ୍ରାର୍ଥୀ, ସନ୍ଧ୍ୟାରାଣୀ ଦାସ

ମୋଟିଭି ଓଡିଶା : ବିଜେଡି ଘୋଷଣା କଲା କୋରେଇ ପ୍ରାର୍ଥୀ ତାଲିକା । କୋରେଇରୁ ଏଥର ବିଧାନସଭା ପ୍ରାର୍ଥୀ ହୋଇଛନ୍ତି ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ବବି ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସ । ପୂର୍ବରୁ ଅଶୋକ ଦାସ ଏଇ ଆସନରୁ ବିଧାୟକ ହୋଇଥିଲେ । ଏବେ ପୁଣି ଥରେ ଦାସ ପରିବାରକୁ କୋରେଇ ଆସନରୁ ଟିକେଟ୍‌ ମିଳିଛି ।

ପୂର୍ବରୁ ବବି ଦାସଙ୍କ ସପକ୍ଷରେ ଯାଇ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଟ୍ଵିଟ୍‌ କରି କହିଥିଲେ, ପରିବାରରେ କେବଳ ଜଣଙ୍କୁ ଟିକଟ ଦେବାକୁ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ଅତ୍ୟନ୍ତ ସ୍ଵାଗତଯୋଗ୍ୟ । ଏହାସହ ସେ କହିଥିଲେ, ସାଙ୍ଗଠନିକ ସମ୍ପାଦକ ହେବା ପରେ ବି ସେ ଟିକଟରେ କୌଣସି ପାତରଅନ୍ତର କଲେନି । କିନ୍ତୁ ଆଜି ଟିକଟ ଘୋଷଣା ହେବା ପରେ ବିଜେଡିର ସବୁ ମିଛ ଧରାପଡିଛି । ଆଉ ପ୍ରମାଣ ହୋଇଛି ବିଜେଡି କହେ ଗୋଟେ କରେ ଆଉ ଗୋଟାଏ ।

ତେବେ ବାକି ଥିବା ୩ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ବିଜେଡି । କୋରେଇ, ଖଣ୍ଡପଡ଼ା ଓ ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । କୋରେଇ- ସଂଧ୍ୟାରାଣୀ ଦାସ, ଖଣ୍ଡପଡ଼ା- ସାବିତ୍ରୀ ପ୍ରଧାନ ଟିକଟ ପାଇଛନ୍ତି । ନୀଳଗିରିରୁ ପ୍ରାର୍ଥୀ ହେଲେ ସୁକାନ୍ତ କୁମାର ନାୟକ । ମୋଟ୍‌ ଉପରେ ବିଜେଡିର ଟିକଟକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି । ଖାସ୍‌ କରି ଅଶୋକ ଦାସଙ୍କ ପରିବାରର ପୁଣି ଜଣେ ଟିକଟ ପାଇଥିବାରୁ ଏବେ ଜୋରଦାର ଚର୍ଚ୍ଚା ଚାଲିଛି ।
 

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।