MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଧର୍ମଗଡରେ ବଳ ଗୋଟାଉଛି ବିଜେଡି, ବିଜେଡି ରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରବୀନ୍ଦ୍ର ପଟ୍ଟଯୋଶୀ ଓ ସମର୍ଥକ।

ମୋଟିଭି ଓଡିଶା : କଳାହାଣ୍ଡି : ୦୪/୦୫ : ନିର୍ବାଚନ ପୂର୍ବରୁ ଦଳ ପ୍ରତି ଅସନ୍ତୋଷ ବ୍ୟକ୍ତ କରି ଅନେକ ଛାମୁଆ ନେତା ଦଳଡିଆ ମାରୁଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲାର ଜଣେ ଛାମୁଆ ନେତା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମଗଡ ବ୍ଲକ ରବୀନ୍ଦ୍ର ପଟ୍ଟଯୋଶୀ ବିଜେପି ଛାଡି ଭୁବନେଶ୍ୱର ଶଙ୍ଖ ଭବନ ରେ ବିଜେଡି ଦଳରେ ନିଜର ସମର୍ଥକଙ୍କ ଯୋଗ ଦେଇଛନ୍ତି। ରବୀନ୍ଦ୍ର ପଟ୍ଟଯୋଶୀ କିଛିମାସ ତଳେ କଂଗ୍ରେସ ଦଳ ଛାଡି ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ ଓ ଦଲୀୟ ଟିକେଟ ରେଶରେ ଦାବେଦାର ରହିଥିଲେ।

ତେବେ ବିଜେପି ଦଳ ରବୀନ୍ଦ୍ର ପାଟଯୋଶୀଙ୍କ ଭାଇ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ ଧର୍ମଗଡ ନିର୍ବାଚନ ମଣ୍ଡଳୀ ପାଇଁ ଟିକେଟ ଦେଇଥିଲେ। ଦଲୀୟ ଟିକେଟ ରେଶରୁ ବାଦ ପଡିବା ପରେ ଦଳ ତାଙ୍କୁ ଅଣଦେଖା କରିଥିବା ପ୍ରତିବାଦରେ ଦଳ ଛାଡି ଆଜି ସେ ବିଜେଡି ଦଳରେ ସାମିଲ ହୋଇଥିବା ଜଣାପଡିଛି।

ତାଙ୍କ ସହ ପୂର୍ବତନ ସମିତି ସଭ୍ୟ ଖଇର ପଦର ପଞ୍ଚାୟତ ବିଷ୍ଣୁ ପ୍ରସାଦ ଭାଇସାଲ, ଖୁଶିରାମ ରାଉତ, ପ୍ରମୋଦ ପଣ୍ଡା, କ୍ଷୀରସିନ୍ଧୁ ପ୍ରଧାନୀ ପ୍ରମୁଖ ସମର୍ଥକ ମଧ୍ୟ ବିଜେଡ଼ି ଦଳ ରେ ଯୋଗ ଦେଇଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।