January 26, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିଜେପି ଓ କଂଗ୍ରେସରେ ପାର୍ଥି ଚୟନ ନେଇ କର୍ମୀ ଅସନ୍ତୋଷ ଫାଇଦା ଅପେକ୍ଷାରେ ବିଜେଡି ।


ଦାରିଙ୍ଗବାଡ଼ି,୧୩/୦୪( ସୁଶାନ୍ତ କୁମାର ସାହୁ )
ଜି,ଭଦୟଗିରି ନିର୍ବାଚନମଣ୍ଡଳୀରେ ବିଜେପି, କଂଗ୍ରେସ ଓ ବିଜେଡି ପ୍ରାର୍ଥୀ ଘୋଷଣା କରି ସାରିଛି। ବିଜେପି ପ୍ରାର୍ଥୀ ଭବେ ମାନଗୋବିନ୍ଦ ପ୍ରଧାନ, କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ସ୍‌ ଚନ୍ଦୁ ପ୍ରଧାନ ଓ ବିଜେଡି ପ୍ରାର୍ଥୀ ସାଲୁଗା ପ୍ରଧାନଙ୍କ ନାମ ଘୋଷଣା ହୋଇଛି। ହେଲେ କଂଗ୍ରେସ ଓ ବିଜେପିରେ ପ୍ରାର୍ଥୀ ଘୋଷଣା ହେବା ପରେ ଦଳରେ ଦେଖ୍‌ବକୁ ମିଳିଛି ଗୋଷ୍ଟା କନ୍ଦଳ କଂଗ୍ରେସ ପ୍ରଫୁଚନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିବା ପରେ ବରିଷ୍ଠ ନେତା ଓ କର୍ମୀ ବିରୋଧ କରିଥିଲେ।

ଏଭଳିକି କଂଗ୍ରେସର ପୂର୍ବତନ ବିଧାୟିକା ଅଜୟନ୍ତି ପ୍ରଧାନ ଦଳରୂ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇ ଛନ୍ତି। ପ୍ରାର୍ଥୀ ବଦଳାଇବା ଦାବି ଜୋର ଧରିବା ପରେ ଦିଲ୍ଲୀରୁ ଜାତୀୟ ପର୍ଯ୍ୟବେକ୍ଷକ ପହଞ୍ଚି ଅନୁସନ୍ଧାନ କରିଛନ୍ତି। ଏହାପରେ ମଧ୍ଯ କଂଗ୍ରେସର ବରିଷ୍ଠ କର୍ମ କର୍ତା ମାନେ ଭୂବନେଶ୍ବର ଯାଇ ପିସିସି ସଭାପତିଙ୍କୁ ଭେଟି ପ୍ରାର୍ଥୀ ପରିବର୍ଭନ ପାଇଁ ଦାବି କରିଛନ୍ତି ।ଯଦି ପ୍ରାର୍ଥୀ ପରିବର୍ଭନ ନହୁଏ ତାହାଲେ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଅସମ୍ଭାଳ ହେବା ଆଶଙ୍କା ଜରାଯଭଛି। ବିଜେପିରେ ମଧ୍ଯ ସେହି ସମାନ ସ୍ମିତି। ବିଜେପି ପ୍ରାର୍ଥୀ ଭାବେ ମାନଗୋବିନ୍ଦ ପ୍ରଧାନଙ୍କ ନାମ ଘୋଷଣା ହେବା ପରେ ଦେଖା ଦେଇଥିଲା ଦଳ କନ୍ଦଳ। ବିଜେପିର ବରିଷ୍ଠ ନେତା ତଥା କର୍ମ କର୍ତାମାନେ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଦାବି କରୁଥିବା ବେଳେ
ମାନଗୋବିନ୍ଦ ପ୍ରଧାନଙ୍କୁ ପରିବର୍ତନ କରିବା ପାଇଁ ଦାବି ଧରିଥିଲେ। ମାନଗୋବିଦ ପ୍ରଧାନ ୨୦୧୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ବେଳେ ମାତ୍ର ୨୨ ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଫାନରେ ରହିଥିଲେ ତାଙ୍କୁ ପ୍ରନର୍ବାର କାହିଁକି ଟିକେଟ ପ୍ରଦାନ କରାଗଲା ବୋଲି ବରିଷ୍ଠ ନେତାମାନେ ପ୍ରଶ୍ନ କରିଥ୍‌ଲେ ।

ଏଭଳି ବିବାଦ ମଧ୍ୟରେ କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଅବନେଶ୍ବର ପ୍ରଧାନ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ମଧ୍ଯ ଦେଇଛନ୍ତି । ଏଭଳି ଭାବେ ପ୍ରତିଦିନ କଂଗ୍ରେସ ଓ ବିଜେପିରେ ଗୋଷ୍ଠୀ କନ୍ଦଳ ସାମ୍ବାକୁ ଆସୁଛି। ଅନ୍ୟପଟେ ଅନେକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି। ବିଜେଡି ଏହାର ପୂରା ଫାଇଦା ନେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସୂଚନା ପ୍ରକାରେ, ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକେଟ ନେଇ ଗୋଷ୍ଠୀ କଦଳ ଯୋଗୁଁ କଂଗ୍ରେସ ଗଡ଼ରେ ଶଙ୍ଖ ନାଦ ହୋଇ ବିଜେଡି ପ୍ରାର୍ଥୀ ସାଲୁଗା ପ୍ରଧାନ କଂଗ୍ରେସ ପ୍ରାର୍ଥୀ ଶ୍ଯାମନ ପ୍ରଧାନଙ୍କ ଠାରୁ ୧୧ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ l ତେବେ ଭୋଟର ଦଳ ଦେଖିବେ ନା ପାର୍ଥି ଦେଖି ମତସାବ୍ୟସ୍ତ କରିବେ ତାହା ହିଁ ସମୟ ସାପେକ୍ଷ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।