୫ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ବିଜେଡି ଉପରେ ବର୍ଷିଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ। କହିଲେ-ମୋତେ ଦଳରୁ ବହିଷ୍କାର କଲେ, ତାଙ୍କୁ ରାଜ୍ୟବାସୀ ବହିଷ୍କାର କଲେ। ଓଡ଼ିଆ ନୂଆ ବର୍ଷ ଆସୁଛି, ସବୁ ପାଞ୍ଜି ଖୋଲି ଦେବି। ସେ ଆହୁରି କହିଛନ୍ତି କି, ମତେ ଫସେଇବା ପାଇଁ ଯେଉଁ ଯୋଜନା କରିଥିଲେ ସେଥିରେ କୋର୍ଟ ମତେ ରିଲିଫ ଦେଇଛନ୍ତି । ଗୋପଳପୁର ଲୋକ ନ୍ୟାୟରୁ ବଞ୍ଚିତ ହୋଇଥିଲେ । ନିର୍ବାଚିତ ପ୍ରତିନିଧି ହିସାବରେ ବହୁ କାମ କରିବାରୁ ବଞ୍ଚିତ ହେଉଥିଲି । କ୍ରାଇମବ୍ରାଞ୍ଚ ଓ ଭିଜଲାନ୍ସର ଦୁଇଟି କେସ ଅଛି ହେଲେ ୫ଟି ମାମଲାରୁ ନିର୍ଦୋଷରେ ଖଲାସ ହେବା ପରେ ଆଶ୍ବସ୍ତି ମିଳିଛି । ଜନ ବିରୋଧୀ ବୋଲି ମୋ ଉପରେ ଆରୋପ ଲାଗିଥିଲା । ଜେଲରୁ ବାହାରିବା ପରେ ମତେ କଡା ପ୍ରଶ୍ନ କରାଯାଇଛି । ହେଲେ ସବୁ ଶ୍ରେୟ ଗଣ ମାଧ୍ୟମକୁ ଦେବି । ସେମାନେ ସତ କୁ ସାମ୍ନା କୁ ଆଣିଲେ । ଯିଏ ମତେ ବାହାର କରିଥିଲେ ସେମାନଙ୍କୁ ଓଡିଶା ବାସୀ ବାହାର କଲେ । ନବୀନଙ୍କ ଡ୍ୟୁଟି ବହୁତ ଥିଲା । ଜଣେ ବିଧାୟକ ଗିରଫ ହେଲା କିନ୍ତୁ ଗୃହ ମନ୍ତ୍ରୀ ହିସାବରେ ନିରବ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆଦେଶ ନ ହେଲେ କେହି କିଛି କରିବେନି । ଜେଲ ଭିତରେ ବି ମତେ ହଇରାଣ କରାଯାଇଛି । ଆପଣ କେତେ କ୍ଲିନ ଅଛନ୍ତି ଆପଣଙ୍କ ବି ନୂଆ ବର୍ଷରେ ଖୋଲିବ ଆପଣ ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ ।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।