MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ନବ ନିର୍ବାଚିତ ଧର୍ମଗଡ ବିଧାୟକଙ୍କୁ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ମୋ ଟିଭି ଓଡିଶା / କଳାହାଣ୍ଡି:୧୬/୦୬(ସନତ ପ୍ରଧାନୀ)


ଧର୍ମଗଡ ବିଧାନସଭା ର ନବ ନିର୍ବାଚିତ ବିଜେପି ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କୁ ରବିବାର କୋକସରା ବ୍ଲକ ର ଅନନ୍ୟ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକାରିଚଞ୍ଚରା ଶ୍ରୀରାମ ମନ୍ଦିର ପରିସର ଠାରେ କୋକସରା ବ୍ଲକ ଆମପାଣି ମଣ୍ଡଳ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ମଣ୍ଡଳ ସଭାପତି ଅର୍ଜୁନ ଭାଟି ଙ୍କ ସଭାପତିତ୍ୱ ରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବିଧାୟକ ଶ୍ରୀ ପଟ୍ଟଯୋଶୀ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେବାସହ ବିଜେପି ଦଳର ନେତୃବୃନ୍ଦ ମାନେ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ।

ଏହି ସମ୍ବର୍ଦ୍ଧନା ସଭାରେ ବିଧାୟକ ଶ୍ରୀ ପଟ୍ଟଯୋଶୀ ଧର୍ମଗଡ ନିର୍ବାଚନ ମଣ୍ଡଳୀ ରେ ରହିଥିବା ଲୋକଙ୍କ ମୌଳିକ ସମସ୍ୟା, ଚାଷି ଙ୍କ ସମସ୍ୟା, ସରକାରୀ ଯୋଜନା ତ୍ୱରାନ୍ୱିତ ଉପରେ ଗୁରୁତ୍ୱ, ଶିକ୍ଷା, ସ୍ୱାସ୍ଥ୍ୟ , ଗମନାଗମନ, ପର୍ଯ୍ୟଟନ ସ୍ଥଳୀର ଭିତ୍ତିଭୂମିର ବିକାଶ ଭଳି କାର୍ଯ୍ୟକ୍ରମ ଆଗକୁ ହାତକୁ ନେଇ ଜନ ସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ସାକାର କରିବା ପାଇଁ ବିଜେପି ର କର୍ମକର୍ତ୍ତା ଙ୍କ ସହଯୋଗ କାମନା କରିଥିଲେ।

ଏହି ସମ୍ବର୍ଦ୍ଧନା ସଭାରେ ଆମପାଣି ମଣ୍ଡଳର ସାଧାରଣ ସମ୍ପାଦକ ମଧୁବନ ପାତ୍ର, ସନ୍ତୋଷ ମାଝୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭଜମନ ନାଏକ, କୋକସରା ମଣ୍ଡଳ ପ୍ରଭାରୀ ଗରୁଡ଼ ଧ୍ଵଜ ମାଝୀ, ଚକ୍ରଧର ବେଶ୍ରା, କୁମୁଦ ସେଠୀ, ଛିଲିପା ସରପଞ୍ଚ ବିଭୁଦତ୍ତ ପ୍ରଧାନୀ, ଅପ୍ରେସ ସ୍ୱାଇଁ, ହିମାଂଶୁ ପଣ୍ଡା ସମେତ ବିଜେପି ର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।