February 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିଶାଲ ଦାସ ଅଟକ ଘଟଣାକୁ ନେଇ ବିଜେପି ଉପରେ ବିଜେଡ଼ି ଅଭିଯୋଗର କଡ଼ା ଜବାବ ରଖିଲା ବିଜେପି ।

ବିଜେପି ସରକାର ସବୁବେଳେ ଆଇନ ଓ ଗଣତନ୍ତ୍ରକୁ ସମ୍ମାନ ଦିଏ । ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ଦିପାଳି ଦାସ ଓ ତାଙ୍କ ପରିବାର । ଦିପାଲି ଦାସଙ୍କ ଭାଇ ଛତିଶଗଡ଼ରେ କଣ କରୁଥିଲେ ? ଦିପାଳୀ ଦାସ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ ପଚାରନ୍ତୁ, ଯେ ତାଙ୍କ ସରକାର ବେଳେ ଜଣେ ପୋଲିସ ଅଧିକାରୀ କାହିଁକି ନବ ଦାସଙ୍କୁ ହତ୍ୟା କରିଥିଲେ ? ନବୀନ ବାବୁ କାହିଁକି ବିଧାନସଭାରେ ଏଫବିଆଇ ତଦନ୍ତ ବାବଦରେ ମିଛ କଥା କହିଥିଲେ ଦିପାଳୀ ପ୍ରଶ୍ନ କରନ୍ତୁ । ତେଣୁ ଡାର୍ଟି ପଲିଟିକ୍ସ କିଏ କରୁଥିଲା, ନବୀନ ବାବୁଙ୍କ ଯାଇ ଦିପାଳୀ ପଚାରନ୍ତୁ । ନବୀନ ପଟ୍ଟନାୟକ ଗଣତନ୍ତ୍ରକୁ ଦଳି ଚକଟି ମକଚୁ ଥିଲେ । କ୍ଷମତା ଗଲା ପରେ ବିଜେଡ଼ି କୁମ୍ଭୀର କାନ୍ଦଣା କାନ୍ଦୁଛି ।

ପୋଲିସକୁ ବିଜେଡ଼ି ଗୁଣ୍ଡା ଭଳି ବ୍ୟବହାର କରୁଥିଲା । ପ୍ରଦୀପ ପାଣିଗ୍ରାହୀଙ୍କ ଘଟଣାରୁ ଏହା ସ୍ପଷ୍ଟ ହୋଇସାରିଛି । ପୂର୍ବ ସରକାରରେ ଆଇନ ମନ୍ତ୍ରୀ ମୁଦାଲା ଥିଲେ, ତାଙ୍କୁ କିଏ ସୁରକ୍ଷା ଦେଇଥିଲା । କାର୍ଯ୍ୟକାରୀ ସଭାପତି ଥିବା ସତ୍ତ୍ୱେ ଦିପାଳୀଙ୍କ ବାପା ନବ ଦାସ କେମିତି କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ କହିବେ କି ? ନବ ଦାସ ହାରିଯିବା ଭୟରେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ କି ? ବିଜେଡ଼ି ନେତା ଅନୁପ ସାଏ ଜଣଙ୍କୁ ହତ୍ୟା କରି ଛତିଶଗଡରେ ଫୋପାଡି ଦେଇଥିଲେ, ସେତେବେଳେ ଓଡ଼ିଶା ପୋଲିସ ଚୁପ୍ ବସିଥିଲା । ଝାରସୁଗୁଡ଼ାରୁ ଅନୁପ ସାଏଙ୍କୁ ଛତିଶଗଡ ପୋଲିସ ଟେକି ନେଇଥିଲା ବୋଲି କହିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।