January 8, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଭଉଣୀଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ଭେଟି ଦେବାକୁ ବିଜେପି ସରକାରର ଯୋଜନା

ମୋ ଟିଭି ଓଡିଶା ବ୍ୟୁରୋ : ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଭଉଣୀଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ଭେଟି ଦେବାକୁ ବିଜେପି ସରକାରର ଯୋଜନା । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ସୂଚନା ୧୦୦ ଦିନ ଭିତରେ ସବୁ ମହିଳାଙ୍କୁ ମିଳିବ ୫୦ ହଜାର । ୨୪ ମହାଲଢେଇରେ ଗେମ୍ ଚେଞ୍ଜର୍ ସାଜି ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ ଭାଙ୍ଗିଥିଲା ବିଜେପିର ସୁଭଦ୍ରା ପ୍ରତିଶ୍ରୁତି । ଖୁବଶୀଘ୍ର ମହିଳା ମାନଙ୍କୁ ବଡ଼ ଭେଟି ଦେବାକୁ ଯାଉଛନ୍ତି ବିଜେପି ସରକାର । ପ୍ରାୟତଃ ଅଗଷ୍ଟ ୧୫ ତାରିଖରେ ଶୁଭଦ୍ରା ଯୋଜନାକୁ କାର୍ଯ୍ୟକାରୀ କାର୍ଯ୍ୟକାରୀ କରି ପାରନ୍ତି ବିଜେପି ସରକାର । ଏହି ଯୋଜନା ଦ୍ବାରା ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର କ୍ୟାସ ଭାଉଚର । ଯେଉଁ କ୍ୟାସ ଭାଉଚର କୁ ଦୁଇ ବର୍ଷ ମଧ୍ୟରେ ଖର୍ଚ୍ଚ କରି ପାରିବେ ଲାଭାର୍ଥୀ ମହିଳାମାନେ । ବିଶେଷ କରି ନିଜ ପିଲାଙ୍କ ପାଠ ପଢା, ଝିଅ ବାହାଘର ଠୁ ନେଇ ପରିବାରର ଛୋଟ ମୋଟ କାମ ଏହି ଟଙ୍କା ରେ ସେମାନେ କରି ପାରିବେ ।

ଏପରିକି ସେହି ୫୦ ହଜାର ଟଙ୍କା କୁ ବିନିଯୋଗ କରି କୌଣସି ବେପାର ବଣିଜ ଦ୍ୱାରା ନିଜକୁ ସ୍ୱାବଲମ୍ବୀ କରି ପାରିବେ ମହିଳାମାନେ । ତେବେ ଏ ନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ୧୦୦ ଦିନ ମଧ୍ୟରେ ନିଶ୍ଚିତ ଭାବେ ଶୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବା ସହ ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସବୁ ମହିଳାଙ୍କୁ ମିଳିବ ଶୁଭଦ୍ରା ସ୍କିମ ଟଙ୍କା । 

 ସେପଟେ ବିଜେପି ସରକାର ଖୁବଶୀଘ୍ର ଶୁଭଦ୍ରା ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଉଥିବାରୁ ମହିଳା ମାନଙ୍କ ମଧ୍ୟରେ ବଢିଛି ଉତ୍ସାହ  । ପ୍ରତିଶ୍ରୁତି ମୁତାବକ ସରକାରକୁ ଆସିବାର ପ୍ରଥମ ଯୋଜନା ଭାବେ ଶୁଭଦ୍ରା ସ୍କିମ କୁ ଲାଗୁ କରିବାକୁ ଯାଉଥିବାରୁ ଧନ୍ୟବାଦ ଦେଇଛନ୍ତି ମହିଳାମାନେ ।  ୨୪ ନିର୍ବାଚନରେ ଗେମ୍ ଚେଞ୍ଜର୍ ଥିଲା ଶୁଭଦ୍ରା ଯୋଜନାର ପ୍ରତିଶ୍ରୁତି । ରାଜ୍ୟ ରାଜନୀତିର ସମିକରଣ କୁ ବଦଳାଇ ୨୪ ବର୍ଷର ସରକାରକୁ ଗାଦିଚ୍ୟୁତ କରିବାରେ ବଡ଼ ସହାୟକ ହୋଇଥିଲା ବିଜେପିର ଏହି ଘୋଷଣା । ତେବେ ଶପଥ ଗ୍ରହଣ ର କିଛି ସମୟ ପରେ ରାଜ୍ୟ କ୍ୟାବିନେଟ ଶୁଭଦ୍ରା ଯୋଜନାରେ ମୋହର ମାରିବା ପରେ ପ୍ରାୟତଃ ଅଗଷ୍ଟ ୧୫ ରେ ଲାଗୁ କରିବାକୁ ଯୋଜନା ରଖିଛନ୍ତି ମୁଖ୍ୟମନ୍ତ୍ରୀ । କୁହାଯାଉଛି ଅଗଷ୍ଟ ୧୫ ରେ ଯୋଜନାକୁ ଲାଗୁ କରି ମହିଳା ମାନଙ୍କ ୫୦ ହଜାର ଟଙ୍କାର ରାକ୍ଷୀ ଉପହାର ଦେବେ ବିଜେପି ସରକାର।

Latest news
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲ... ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା । ଇସ୍ରୋର ନୂଆ ଅଧ୍ୟକ୍ଷ ହେଲେ ଭି.ନାରାୟଣନ । ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସରରେ ନିର୍ମାଣ ହେବ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି । ଆଜିଠୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ଦିବସ। ଏକକାଳୀନ ୧୪୮ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି । ପୁଣି ବାଘକୁ ନେଇ ମୁହାଁମୁହିଁ ଓଡ଼ିଶା ପଶ୍ଚିମବଙ୍ଗ। ୪-୫ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ ରାଶି ।