January 29, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଅନାସ୍ଥାର ସମ୍ମୁଖୀନ ହେବେ ବିଜେପି ପୌରାଧ୍ୟକ୍ଷା

ମୋ ଟିଭି ଓଡିଶା / ଫୁଲବାଣୀ: ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଢିଛି ବିଜେପି। ତେବେ ରାଜ୍ୟର ଖୁବ କମ ପୌରାଞ୍ଚଳରେ ରହିଛନ୍ତି ଦଳୀୟ ଅଧ୍ୟକ୍ଷ/ଅଧ୍ୟକ୍ଷା। ସେଥିମଧ୍ୟରୁ ଫୁଲବାଣୀ ପୌର ପରିଷଦ ଅନ୍ୟତମ । ଏଠାରେ ଦଳର ସଂଖ୍ୟା ଗରିଷ୍ଠତା ନଥିଲେ ମଧ୍ୟ ସିଧାସଳଖ ନିର୍ବାଚନରେ ବିଜୟୀ ହୋଇ ପୌରାଧ୍ୟକ୍ଷା ହୋଇଛନ୍ତି ବିଜେପିର ସ୍ମିତାରାଣୀ ମହାନ୍ତି। ତେବେ ବର୍ତ୍ତମାନ ପୌରାଧ୍ୟକ୍ଷାଙ୍କୁ ଅନାସ୍ଥାର ସାମନା କରିବାକୁ ପଡୁଛି । ସ୍ମିତାରାଣୀଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଦ୍ବିତୀୟ ଥର ପାଇଁ ନୋଟିସ ଜାରି କରିଛନ୍ତି କନ୍ଧମାଳ ଜିଲାପାଳ। ଏନେଇ ଓଡିଶା ହାଇକୋର୍ଟରେ ପୌରାଧ୍ୟକ୍ଷାଙ୍କ ପକ୍ଷରୁ ହୋଇଥିବା ଏକ ରିଟ ପିଟିସନର ରାୟ ଆସିବା ପରେ ଏହି ନୋଟିସ ଜାରି ହୋଇଛି । ପୈାରାଧକ୍ଷା ସ୍ମିତାରାଣୀଙ୍କ ସମେତ ସମସ୍ତ ୧୩ ଜଣ କାଉନସିଲରଙ୍କୁ ଏହି ନୋଟିସ କରିଛନ୍ତି ଜିଲାପାଳ ଆଶୀଷ ଇଶ୍ୱର ପାଟିଲ । ଜିଲ୍ଲାପାଳଙ୍କ ପତ୍ର ଅନୁଯାୟୀ, ଜୁଲାଇ ୧୯ରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ବୈଠକ ପରେ ଆବଶ୍ୟକ ସ୍ଥଳେ ଅନାସ୍ଥା ପାଇଁ ଭୋଟ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।

ସୁଚନାଯୋଗ୍ୟ, ପୌର ପରିଷଦର ୧୩ ଜଣ କାଉନସିଲରଙ୍କ ମଧ୍ୟରୁ ୧୧ ଜଣ ଗତ ଏପ୍ରିଲ ୧୦ ତାରିଖରେ ଅନାସ୍ଥା ପ୍ରସ୍ଥାବ ପାଇଁ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ । ଜିଲାପାଳଙ୍କ ଅଫିସରୁ ଏ ନେଇ ସମସ୍ତ କାଉନସିଲରଙ୍କୁ ନୋଟିସ ମଧ୍ୟ କରାଯାଇଥିଲା । ତେବେ ପୈାରାଧକ୍ଷାଙ୍କୁ ନୋଟିସ କରାଯାଇ ନ ଥିବାରୁ ସେ ହାଇକୋଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ପୁଣି ଥରେ ତାରିଖ ଧାର୍ଯ୍ୟ କରିବା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେବା ସହିତ ପୌରାଧ୍ୟକ୍ଷାଙ୍କୁ ମଧ୍ୟ ଚିଠି କରିବା ପାଇଁ କହିଥିଲେ। ଫୁଲବାଣୀ ପୌର ପରିଷଦରେ ଏବେ ବିଜେଡିର ୭ ଜଣ କାଉନସିଲର ଥିବାବେଳେ ବିଜେପିର ୪ ଜଣ ରହିଛନ୍ତି। ଦୁଇ ସ୍ବାଧୀନ କାଉନସିଲର ଇତି ମଧ୍ୟରେ ବିଜେଡିରେ ସାମିଲ ହୋଇଛନ୍ତି। ତେବେ ଅନାସ୍ଥା ଆଣିଥିବା ୧୧ କାଉନସିଲରଙ୍କ ଭିତରେ ବିଜେପିର ଦୁଇ ଜଣ ମଧ୍ୟ ରହିଥିବା ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଛି। ଅନାସ୍ଥା ପାଇଁ ଦୁଇ ତୃତୀୟାଂଶ ଅର୍ଥାତ ୯ ଜଣ ସଦସ୍ୟଙ୍କ ସମର୍ଥନର ଆବଶ୍ୟକ ରହିଛି। ଏଭଳି ସ୍ଥିତିରେ ପଦବୀ ବଞ୍ଚାଇବା ପାଇଁ ପୌରାଧ୍ୟକ୍ଷା କେତେଦୂର ସଫଳ ହେବେ ତାହା ୧୯ ତାରିଖରେ ସ୍ପଷ୍ଟ ହେବ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।