February 26, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜଳିଗଲା ବିଜେପି ପାର୍ଟି ଅଫିସ୍‌…..

ମୋଟିଭି ଓଡିଶା / ନୂଆ ଦିଲ୍ଲୀ :

ରବିବାର ରାଷ୍ଟ୍ରପତି ଭବନରେ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ଗୋଟିଏ ପଟେ ମୋଦିଙ୍କ ଶପଥ ଉତ୍ସବ ଚାଲିଥିବାବେଳେ, ସେପଟେ ହୁ ହୁ ହୋଇ ଜଳି ଉଠିଥିଲା ବିଜେପି ପାର୍ଟି ଅଫିସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବା ମାତ୍ରେ ବିଭିନ୍ନ ସହରରେ ବିଜେପି କର୍ମୀମାନେ ଉତ୍ସବ ପାଳନ କରିଥିଲେ। ସେହିଭଳି ଇନ୍ଦୋରରେ ମଧ୍ୟ ଆତସବାଜି କରି ଉତ୍ସବ ପାଳନ କରାଯାଉଥିଲା, କିନ୍ତୁ ଏହି ସମୟରେ ଆତସବାଜି କାରଣରୁ ବିଜେପି କାର୍ଯ୍ୟାଳୟରେ ହଠାତ୍‌ ଲାଗିଯାଇଥିଲା ନିଆଁ। ଇନ୍ଦୋରରେ ଥିବା ବିଜେପି କାର୍ଯ୍ୟାଳୟର ଉପର ମହଲାରେ ସୋଫାରେ ବାଣ ନିଆଁ ପଡି ଅଗ୍ନିକାଣ୍ଡ ଘଟିଥିଲା। ଦେଖୁ ଦେଖୁ ଏହା ପୂରା ଫ୍ଲୋରକୁ ବ୍ୟାପି ଯାଇଥିଲା। ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଘଟଣା ବେଳେ ଅନେକ ବିଜେପି କର୍ମୀ ପାର୍ଟି ଅଫିସ୍‌ ଭିତରେ ଥିଲେ। ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ନିଆଁ ଲାଗିବା ସୂଚନା ପାଇବା ପରେ ତୁରନ୍ତ ସେମାନେ ବହାରକୁ ଚାଲି ଆସିଥିଲେ। ବିଜେପି କାର୍ଯ୍ୟାଳୟର ଉପର ଫ୍ଲୋର୍‌ରେ ଦଳୀୟ ପତକା ଓ ଫର୍ଣ୍ଣିଚର ସାମାନ ରଖାଯାଇଥିଲା। ନିଆଁ ଲାଗିବା ଯୋଗୁ ଏସବୁ ପୋଡି ପାଉଁଶ ହୋଇଯାଇଥିବା ଅଗ୍ନିଶମ କର୍ମଚାରୀ ସୂଚନା ଦେଇଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।