ମୋ ଟିଭି ଓଡିଶା / ଭୁବନେଶ୍ୱର :
ଶପଥ ଗ୍ରହଣ ପରେ ବିଜେପିର ଆଉ ଏକ ବଡ଼ ଜନସମାବେଶ । ଆଜି ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ନବନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧନା ନାଁରେ ଦଳ ପାଳିବ ବିଜୟ ଉତ୍ସବ । ଏଥିରେ 10 ହଜାରରୁ ଅଧିକ ଦଳୀୟ ପଦାଧିକାରୀ, ନେତା ଓ କର୍ମୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ନିର୍ବାଚନ ଇସ୍ତାହାରରେ ଯାହା କହିଥିଲା ବିଜେପି ତାକୁ ପୂରଣ କରିବାକୁ ବଦ୍ଧ ପରିକର । ରାଜ୍ୟବାସୀଙ୍କ ଆଗରେ ପ୍ରତିଶ୍ରୁତି ଦୋହାରାଇବାକୁ ଦଳର ଶକ୍ତି ପ୍ରଦର୍ଶନ ପରିକଳ୍ପନା ନୂଆ ସରକାର, ନୂଆ ଉତ୍ସାହ ।
ନବ ନିର୍ବାଚିତ ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବ ବିଜେପି । ବିଜେପିର ସମସ୍ତ ମଣ୍ଡଳ ସଭାପତି, ସାଧାରଣ ସମ୍ପାଦକ, ଜିଲ୍ଲା ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ, ରାଷ୍ଟ୍ରୀୟ ଓ ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ, ରାଜ୍ୟ ଓ କେନ୍ଦ୍ରରେ ମୋର୍ଚ୍ଚା ଦାୟିତ୍ବ ନେଇଥିନା ଓଡିଶାର ସଦସ୍ୟ ଯୋଗ ଦେବେ। ଏହା ସହ 10 ହଜାର କାର୍ଯ୍ୟକର୍ତ୍ତା ଗୋଟିଏ ସ୍ଥାନରେ ମୋଦିଙ୍କ ତୃତୀୟ ପାଳିର ପ୍ରଥମ ମନ କୀ ବାତ୍ କାର୍ଯ୍ୟକ୍ରମ ଶୁଣିବେ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।