February 3, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିଜେଡି ଅଫିସରୁ ବିଜେଡି କର୍ମୀଙ୍କୁ ଅପହରଣ କରିନେଲେ ବିଜେପି କର୍ମୀ ।

ମୋଟିଭି ଓଡିଶା : ବରଗଡ: ହାରିବା ଭୟରେ ହିଂସା ଆଚରଣ ଆରମ୍ଭ କରିଦେଇଛି ବିଜେପି । ବିଜେଡି ଅଫିସରୁ ବିଜେଡି କର୍ମୀଙ୍କୁ ଅପହରଣ କରିନେଲେ ବିଜେପି କର୍ମୀ । ଉଦ୍ଧାର କଲା ପୋଲିସ । ବରଗଡ଼ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ନେଗିମୁଣ୍ଡା ଗାଁରେ ଏପରି ଘଟଣା ଘଟିଛି । ଭଟଲି ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ସୁଶାନ୍ତ ସିଂଙ୍କ ସମର୍ଥକ ସାନନ୍ଦ ସାହୁଙ୍କୁ ବିଜେପି କର୍ମୀମାନେ ନେଗିମୁଣ୍ଡା ଗାଁରୁ ଅପହରଣ କରିନେଇଥିଲେ।

ନେଗିମୁଣ୍ଡା ଗାଁରେ ଖୋଲିଥିବା ବିଜେଡି କାର୍ଯ୍ୟାଳୟକୁ ଗତ ରାତି ପ୍ରାୟ ୧୧ଟା ସମୟରେ ବିଜେପିର କିଛି କର୍ମୀ ଦୁଇଟି ଗାଡ଼ିରେ ଆସି ବନ୍ଧୁକ ଓ ଛୁରି ଦେଖାଇ ବିଜେଡି କର୍ମୀମାନଙ୍କୁ ଭୟଭୀତ କରାଇଥିଲେ। ସାନନ୍ଦ ସାହୁ ନାମକ ବିଜେଡି କର୍ମୀଙ୍କ ମୁଣ୍ଡରେ ବନ୍ଧୁକ ରଖି ବିଜେପି କର୍ମୀ ତାଙ୍କୁ ଅପହରଣ କରି ନେଇଥିଲେ ଓ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ସୋହେଲା ଥାନାରେ ବିଜେଡି କର୍ମୀଙ୍କ ଏତଲା ପରେ ପୋଲିସ ଅପହରଣକାରୀଙ୍କ ମୋବାଇଲ ଟ୍ରାକିଂ କରିଥିଲା । ସାନନ୍ଦ ସାହୁଙ୍କୁ ବିଜେପି କର୍ମୀମାନେ ନେଗିମୁଣ୍ଡା ଗାଁରୁ ଅପହରଣ କରି ଛତିଶଗଡ଼ ଦେଇ ପୁଣି ଅମ୍ବାଭୋନା ଅଞ୍ଚଳକୁ ଆଣିଥିବା ମୋବାଇଲ ଟ୍ରାକିଂରୁ ପୋଲିସ ଜାଣିପାରିଥିଲା। ଅପହରଣକାରୀଙ୍କୁ ଠାବ କରି ସାନନ୍ଦ ସାହୁଙ୍କୁ ଉଦ୍ଧାର କରିଥିଲା ପୋଲିସ । ସାନନ୍ଦ ସାହୁଙ୍କ ଦେହ ଓ ମୁହଁରେ ଆଘାତ ଲାଗିଛି। ପ୍ରାୟ ୬ ଜଣ ଅପହରଣକାରୀଙ୍କ ମଧ୍ୟରୁ ୩ ଜଣଙ୍କୁ ଅଟକ ରଖିଛି ପୋଲିସ ।

ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି । ସାନନ୍ଦ ସାହୁ ପୂର୍ବରୁ ବିଜେପିରେ ଥିଲେ। ପରବର୍ତ୍ତୀ ସମୟରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଥିଲେ। ନେଗିମୁଣ୍ଡା ଗାଁରେ ସାନନ୍ଦଙ୍କ ଉଦ୍ୟମରେ ବିଜେଡି ଅଫିସ ଖୋଲାଯାଇ ଥିଲା । ବିଜେଡି କର୍ମୀଙ୍କୁ ଭୟଭୀତ କରିବାକୁ ବିଜେପି ହିଂସା ଘଟାଉଥିବା ଅଭିଯୋଗ ହୋଇଛି । ସମସ୍ତେ ଏହାକୁ ନିନ୍ଦା କରିଛନ୍ତି

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।