MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

୧୨ରେ ବିଜେପିର ଶପଥ ସମାରୋହ: ଘରେ ଘରେ ଦୀପ ଜାଳିବାକୁ ନିବେଦନ କଲେ

ମୋଟିଭି ଓଡିଶା ବ୍ୟୁରୋ :

ଆସନ୍ତା ୧୨ ତାରିଖରେ ଘରେ ଘରେ ଦୀପ ଜାଳିବାକୁ ଓଡିଶାବାସୀଙ୍କୁ ଅପିଲ କଲେ ପ୍ରତାପ ଷଡଙ୍ଗୀ । ଓଡିଶାରେ ବିଜେପି ସରକାରର ଶପଥ ସମାରୋହ ଦିନ ଦୀପ ଜାଳି ଓଡିଶାରେ ଦୀପାବଳିର ଅନୁଭବ ଆଣିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ।

ଡବଲ ଇଞ୍ଜିନ ସରକାର ପାଇଁ ପ୍ରତିଟି ସାଧାରଣ ଲୋକ ଦୁଇଟି ଦୀପ ଜାଳିବା ପାଇଁ ସେ ଅପିଲ କରିଛନ୍ତି । ଗୋଟିଏ କେନ୍ଦ୍ର ପାଇଁ ଗୋଟିଏ ଓଡିଶାରେ ସରକାର ଗଠନ ପାଇଁ । ତେବେ ଓଡିଶାରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟିର ସରକାର ଗଠନ ହେବା ଏକ ଐତିହାସିକ ଘଟଣା ବୋଲି ପ୍ରେସମିଟରେ ପ୍ରତାପ ଷଡଙ୍ଗୀ କହିଥିବା ବେଳେ ଓଡିଶାରେ ୨୫ ବର୍ଷର କଳା ଶାସନର ପରିସମାପ୍ତି ଘଟିଥିବା ସେ କହିଛନ୍ତି । ଓଡିଶାରେ ଭ୍ରଷ୍ଟାଚାର, ଅତ୍ୟାଚାରର ଅନ୍ତ ହେବାକୁ ଯାଉଥିବାରୁ ଲୋକେ ଗାଁ ଗାଁରେ, ଘରେ ଘରେ ଦୀପାବଳିର ବାତାବରଣ ନିର୍ମାଣ କରନ୍ତୁ । କାରଣ ଅନ୍ଧକାରର ବିନାଶ ହୋଇ ଆଲୋକର ପର୍ବ ଆରମ୍ଭ ହେଉଥିବା କହିଛନ୍ତି ପ୍ରତାପ ଷଡଙ୍ଗୀ ।

ତେବେ ବୁଥ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ସହ ସାରା ଓଡିଶାର ଲୋକଙ୍କୁ ବିଜେପିର ଶପଥ ସମାରୋହରେ ଯୋଗ ଦେବା ପାଇଁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅନୁରୋଧ କରିଛନ୍ତି ପ୍ରତାପ ଷଡଙ୍ଗୀ । ସେପଟେ ଆସନ୍ତାକାଲି ଅପରାହ୍ଣରେ ବସିବ ବିଧାୟକ ଦଳ ବୈଠକ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏହି ବୈଠକ ବସିବ। 

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।