MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବ୍ଳକସ୍ତରୀୟ ସ୍କୁଲ କ୍ରୀଡ଼ା ପ୍ରତିଯୋଗିତା


ମୋ ଟିଭି ଓଡିଶା / ଆଗରପଡ଼ା : ତା୨୨/୮

ଆଗରପଡ଼ା ସ୍ଥିତ କୃଷ୍ଣଚରଣ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ବନ୍ତ ବ୍ଳକ ସ୍ତରୀୟ ସ୍କୁଲ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ବିଡ଼ିଓ ପ୍ରଦୀପ ସେଠୀ,ବିଜେଡ଼ି ଜିଲ୍ଲା ଉପସଭାପତି ପ୍ରଶାନ୍ତ ଦାଶ,ପୁରୁଷଣ୍ଡ ପଂଚାୟତ ସରପଂଚ ପ୍ରକାଶ ବିଶ୍ୱାଳ,କ୍ରୀଡ଼ା ସଂପାଦକ ମନୋଜ ଶଂଖୁଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଧାନଶିକ୍ଷକ ଶରତ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଡ଼ଲିରାଣୀ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜଗନ୍ନାଥ ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଫୁଟବଲ,ବ୍ୟାଡ଼ମିଣ୍ଟନ,ସତରଂଜ ଓ ଯୋଗ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ବିଦ୍ୟାଳୟରୁ ୨ଶହରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଯଶୋବନ୍ତ ସିଂହ,ଶିଶିର ଶଂଖୁଆ,ବୀରଭଦ୍ର ପଣ୍ଡା,ଗଣେଶ ଦାସ,ଡ଼ଲିରାଣୀ ଦାସ,ଶମ୍ଭୁନାଥ ମହାନ୍ତି,ବଳଭଦ୍ର ଜେନା,ଉପମନ୍ୟୁ ଖୁଣ୍ଟିଆ,ଅଜୟ ନାୟକ,କୋଦଣ୍ଡଧର ସେଠୀ,ଜନ୍ମେଜୟ ନାୟକ ପ୍ରମୁଖ ଖେଳ ଶିକ୍ଷକମାନେ ବିଭିନ୍ନ ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।