ମୋ ଟିଭି ଓଡିଶା / ଖୋର୍ଦ୍ଧା :
ଆଜି ବାଣପୁର-ବାଲୁଗାଁ ରୋଟାରୀ କ୍ଳବ ଓ ତାଲୁକ ଆଈନ ସେବା ସମିତି ବାଣପୁରର ମିଳିତ ଆନୁକୁଲ୍ୟରେ ବାଲୁଗାଁ ଅଶୋକ ନଗରସ୍ଥିତ ଉମାମହେଶ୍ଵର ବଣିକ ସଂଘ ସଭାଗୃହରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ତାଲୁକ ଆଈନ ସେବା ସମିତିର ଅଧ୍ୟକ୍ଷ ତଥା ବାଣପୁର କୋର୍ଟର ବରିଷ୍ଠ ଦେୱନୀ ବିଚାରପତି ଅମରେଶ ମହାପାତ୍ର ଉଦଘାଟନ କରିବା ସହିତ ନିଜେ ମଧ୍ଯ ରକ୍ତ ଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ।ଓଡିଶା ରକ୍ତ କେନ୍ଦ୍ର, ଖୋର୍ଦ୍ଧାର ଟିମ୍ ଦ୍ୱାରା ଉକ୍ତ ଶିବିରରୁ ମୋଟ ୭୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ବାଣପୁର ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, ଉପସଭାପତି ରାମଚନ୍ଦ୍ର ପଲେଇ, କାର୍ଯ୍ୟକାରୀ ସଭ୍ୟ ସନ୍ତୋଷ ମହାପାତ୍ରଙ୍କ ସମେତ ଏକାଧିକ ଓକିଲ, ଗୋଦାବରୀଶ ମହାବିଦ୍ୟାଳୟର ଏନ ସି ସି କ୍ୟାଡେଟ, ଏକତା ପରିଷଦ ଟ୍ରଷ୍ଟର ସଦସ୍ଯ ଓ ରୋଟାରି କ୍ଳବ ସଭାପତି ଶ୍ୟାମସୁନ୍ଦର ପୃଷ୍ଟି, ସମ୍ପାଦକ ଅଶୋକ କୁମାର ନାୟକ, ରୋଟାରୀଆନ ନନ୍ଦ କିଶୋର ମିଶ୍ରଙ୍କ ସମେତ ସମସ୍ତ ସଦସ୍ୟଙ୍କ ସକ୍ରିୟ ଯୋଗଦାନ ଶିବିରକୁ ସଫଳ କରିଥିଲା।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।