MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଯଶୋଦା ବିଷ୍ଣୁ (ସ୍ନାତକ) ମହା ବିଦ୍ୟାଳୟ ସରଧାପାଲି ତରଫରୁ ରକ୍ତ ଦାନ ଶିବିର l

ଗୁରୁବାର ସକାଳ ୧୦ ଟା ସମୟରେ ଯଶୋଦା ବିଷ୍ଣୁ (ସ୍ନାତକ) ମହା ବିଦ୍ୟାଳୟ ସରଧାପାଲି ତରଫରୁ ଏକ ରକ୍ତ ଦାନ ଶିବିର ଉଦ୍ଘାଟିତ ହୋଇ ଯାଇଛି l

ସୁନ୍ଦରଗଡ଼ (ଦେବେନ୍ଦ୍ର କୁମାର ଭିତ୍ରିଆ ) : ୦୭/୧୧ :

ଗୁରୁବାର ସକାଳ ୧୦ ଟା ସମୟରେ ଯଶୋଦା ବିଷ୍ଣୁ (ସ୍ନାତକ) ମହା ବିଦ୍ୟାଳୟ ସରଧାପାଲି ତରଫରୁ ଏକ ରକ୍ତ ଦାନ ଶିବିର ଉଦ୍ଘାଟିତ ହୋଇ ଯାଇଛି l

ମହାବିଦ୍ୟାଳୟର ଅଧ୍ୟକ୍ଷl ଅଞ୍ଜଳୀ ପଟେଲ ଫିତା କାଟି ଉଦଘାଟନ କରିବା ସହ ନିଜେ ରକ୍ତଦାନ କରିଥିଲେ l ତାଙ୍କୁ ଆକୃଷ୍ଟ ହୋଇ ଅଧ୍ୟାପିକା ସ୍ନିଗ୍ଧା ରାଣୀ ପଟେଲ, ଅଧ୍ୟାପକ ନିର୍ମଳ ବରିହା, କର୍ମଚାରୀ ମୀମା ମଞ୍ଜରୀ ପଟେଲ, ଝରଣା ପଟେଲ,କବିତା ସl, ପ୍ରଭାତ ପଣ୍ଡା, ସୁଶୀଲ ସାହୁ ଓ ଉତ୍କଲ ସେଟ୍ ଙ୍କ ସହ ବିଦ୍ୟାଳୟର ଛାତ୍ର ଛାତ୍ରୀ ଆଗଭର ହୋଇ ରକ୍ତଦାନ କରିଥିଲେ l ରକ୍ତଦାନ ଶିବିରରେ ୨୧ ୟୁନିଟ ରକ୍ତ ସଂଗ୍ରହ କରଯାଇଥିଲା ଏବଂ ଆଗକୁ ଏହା ଆହୁରି ବଢ଼ାଇବା ପାଇଁ ପ୍ରୟାସ ଜାରୀ ରହିବ ବୋଲି ଅଧ୍ୟକ୍ଷା ସୂଚନା ଦେଇଛନ୍ତି l

ସୁନ୍ଦରଗଡ ବ୍ଲଡ଼ ବ୍ୟାଙ୍କ ପକ୍ଷରୁ କାଉନସିଲର ରତ୍ନପ୍ରଭା ନାୟକ, ଷ୍ଟାଫନର୍ସ ଆଶାରାଣୀ ନାୟକ, ଲେବ ଟେକ୍ନିକାଲ, ଯୁଧିଷ୍ଠିର ଭଇଁସlଲ ଓ ଦୁଷ୍ମନ୍ତ ପଟେଲ ଉପସ୍ଥିତ ରହି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନରେ ରକ୍ତଦାତlଙ୍କ ରକ୍ତ ସଂଗ୍ରହ କରିଥିଲେ l

ଟାଙ୍ଗରପାଲି ବ୍ଲକ ସମ୍ବାଦ ପ୍ରତିନିଧି ସଚ୍ଚିଦାନନ୍ଦ ନାଏକ, ଦୈନିକ ଆଶା ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ଷଡଙ୍ଗୀ, କଲେଜର ଅଧ୍ୟାପକ କୁଞ୍ଜ ବିହାରୀ ସାହୁ, କେଦାର ନାଥ ପଟେଲ, ସୁଶ୍ରୀତା ପଟେଲ, ଦେବେନ୍ଦ୍ର ପଟେଲଙ୍କ ସହ କଲେଜର ସ୍ବେଚ୍ଛାସେବୀ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।