November 21, 2024

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବି.ଏମ.ସିରେ ଅନିୟମିତତା ଓ ଦୁର୍ନୀତିର ଗନ୍ଧ ବାରିହେଉଛି : ଫରୱାର୍ଡ଼ ବ୍ଳକ୍

Advertisement

· ସମାନ କାମକୁ ସମାନ ମଜୁରି ଦାବି

Advertisement

· ଝିଣ୍ଟିକା ମାରି ବଣି ପୋଷିବାକୁ ଉଦ୍ୟମ କରୁଛି ବିଏମ୍‌ସି

ଭୁବନେଶ୍ଵର (ତା, ୨୧.୧୧.୨୦୨୪):-

ଭୁବନେଶ୍ୱରକୁ ସବୁଜ ସୁନ୍ଦର ରଖିବା ପାଇଁ ଭୁବନେଶ୍ଵର ମହାନଗର ନିଗମ କାର୍ଯ୍ୟ କରିବା କଥା । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବି.ଏମ.ସି ଅଧିକାରୀମାନଙ୍କର ମେରୀରାୟ ନୀତି ଓ ବିଭିନ୍ନ କମ୍ପାନୀ ମାନଙ୍କ ସହିତ ମନ୍ଦୁଚନ୍ଦ୍ରିକା କାରଣରୁ ବି.ଏମ.ସି ଦିନକୁ ଦିନ ଅନିୟମିତତା ଓ ଦୁର୍ନୀତିର ଅଳିଆ ଗଦା ମଧ୍ୟକୁ ଟାଣି ହୋଇଯାଉଛି ।

ଏ ସଂକ୍ରାନ୍ତୀୟ ହସ୍ତଗତ ହୋଇଥିବା କିଛି ତଥ୍ୟ ଆମ୍ଭେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ଵାରା ଗଠିତ ରାଜନୈତିକ ଦଳ ‘ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ୍‌’ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ଉପସ୍ଥାପନା କରୁଛୁ । ଦୀର୍ଘବର୍ଷ ଧରି ବି.ଏମ.ସି.କୁ ସ୍ୱଚ୍ଛ ରଖୁବା ପାଇଁ କାର୍ଯ୍ୟରତ ସଫେଇ କର୍ମଋରୀ, ସଫେଇ ମିତ୍ର ଓ ସ୍ୱଚ୍ଛ ସାଥ୍‌ ଓ ଅନ୍ୟାନ୍ୟ ଅସ୍ଥାୟୀ କର୍ମୟରୀମାନେ ନିଜର ଶ୍ରମଶକ୍ତିକୁ ନିୟୋଜିତ କରି ଆସୁଛନ୍ତି । ଭୁବନେଶ୍ଵର ସହରକୁ ସ୍ୱଚ୍ଛ ସୁନ୍ଦର ରଖି ଆସୁଥିବା ଏହି କର୍ମଋରୀମାନଙ୍କୁ ଦୀର୍ଘବର୍ଷ ମଧ୍ୟରେ ବି.ଏମ.ସି ପକ୍ଷରୁ ସର୍ବନିମ୍ନ ମଜୁରୀ ପ୍ରଦାନ ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାରେ ବି.ଏମ.ସି ଅଧୁକାରୀମାନେ ବିଫଳ ହୋଇଛନ୍ତି ।

ଏଭଳି ସ୍ଥଳେ ଅତ୍ୟନ୍ତ ତରବରିଆ ଭାବରେ ଗତ ଜୁଲାଇ ଶେଷ ସପ୍ତାହରେ ବି.ଏମ.ସି. କର୍ତ୍ତୃପକ୍ଷ ଏକ ଟେଣ୍ଡର ଆବେଦନ କରିଥିଲେ । ଏହି ଟେଶର ପ୍ରକ୍ରିୟାରେ ଯେଉଁମାନେ ସାମିଲ ହେଲେ ସେମାନଙ୍କ ମଧ୍ୟରୁ ସେରାବାଲି ଇନ୍‌ଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ ଲିମିଟେଡ କମ୍ପାନୀ ସହ ଗତ ୨୭ ସେପ୍ଟେମ୍ବର ୨୦ ୨୪ ରିଖରେ ସଫେଇ କାର୍ଯ୍ୟରେ ନିୟେଜିତ ଗାଡ଼ି ଓ ମାନବ ସମ୍ବଳ ଯୋଗାଇବା ପାଇଁ ଏକ ଚୁକ୍ତିନାମା ବି.ଏମ.ସି ଅଧିକାରୀମାନଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଛି । ରାଜ୍ୟ ସରକାରଙ୍କ ସର୍ବନିମ୍ନ ମଜୁରୀ ସଂକୁନ୍ତୀୟ ନିର୍ଦ୍ଦେଶନାମାକୁ ଉଲଙ୍ଘନ କରାଯାଇ ଏଭଳି ଚୁକ୍ତିନାମା ବି.ଏମ.ସି ଅଧିକାରୀମାନେ ସ୍ୱାକ୍ଷର କରିଥିବା ଆମ୍ଭେ ଅନୁସନ୍ଧାନରୁ ଜାଣିବାକୁ ପାଇଛୁ ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଅଣକୁଶଳୀ ଶ୍ରମିକମାନଙ୍କୁ ଦୈନିକ ସର୍ବନିମ୍ନ ୪୫୦ ଟଙ୍କା ମଜୁରି ପ୍ରଦାନ ପାଇଁ ସ୍ଥିର କରାଯାଇଥିଲା ବେଳେ ଏହି କମ୍ପାନୀକୁ ଅଣକୁଶଳୀ ଶ୍ରମିକମାନଙ୍କ ଦୈନିକ ମଜୁରି ବାବଦରେ ୫୫୦ ଟଙ୍କା ଲେଖାଏଁ ପ୍ରଦାନ ପାଇଁ ବି.ଏମ.ସି ଅଧିକାରୀମାନେ ଚୁକ୍ତିନାମାରେ ଦସ୍ତଖତ କରିଛନ୍ତି । ଅନୁରୂପ ଭାବରେ ଅର୍ବକୁଶଳୀମାନଙ୍କ ପାଇଁ ୫୫୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ଏହି ଚୁକ୍ତିନାମାରେ ଦୈନିକ ୬୫୦ ଟଙ୍କା ଲେଖାଏଁ ଉକ୍ତ କମ୍ପାନୀକୁ ପ୍ରଦାନ କରାଯିବା ପାଇଁ ବି.ଏମ.ସି ପକ୍ଷରୁ ଦର୍ଶାଯାଇଛି । ଯାହା ସରକାରୀ ଧାର୍ଯ୍ୟ ସର୍ବନିମ୍ନ ଦୈନିକ ମଜୁରି ଠାରୁ ପ୍ରାୟ ୧୦୦ ଟଙ୍କା ଲେଖାଏଁ ଅଧ‌ିକ । ଏହା ନଜରକୁ ଆସିବା ପରେ ବି.ଏମ.ସି କର୍ତ୍ତୃପକ୍ଷଙ୍କ ଦ୍ୱାରା ହୋଇଥିବା ଚୂକ୍ତିନାମା ପଛରେ ଉକ୍ତ କମ୍ପାନୀ କର୍ତ୍ତୃପକ୍ଷ ଏବଂ ବି.ଏମ.ସି ଅଧିକାରୀମାନଙ୍କ ମଧୁଚନ୍ଦ୍ରିକା ସ୍ପଷ୍ଟ ଅନୁମେୟ । ବି.ଏମ.ସି କର୍ତ୍ତୃପକ୍ଷ ଏଭଳି ପାତର ଅନ୍ତର ଚୁକ୍ତିନାମାରୁ ଓହରିଯାଇ ବି.ଏମ.ସି ସଫେଇ କାର୍ଯ୍ୟରେ ନିୟୋଜିତ ସଫେଇ କର୍ମଗ୍‌ରୀ, ସଫେଇ ମିତ୍ର ଓ ସ୍ଵଚ୍ଛସାଥ୍‌ଙ୍କ ସମେତ ଅନ୍ୟାନ୍ୟ ଶ୍ରମିକ ମାନଙ୍କୁ ସମାନ କାମକୁ ସମାନ ଦରମା ପ୍ରଦାନ ପାଇଁ ଆମ୍ଭେ ଏହି ସାମ୍ବାଦିକ ସମ୍ମିଳନୀରେ ଦାବୀ କରୁଛୁ । ଉଚ୍ଚ ବୁଲିନାମାରେ ସଫେଇ କାର୍ଯ୍ୟରେ ନିୟୋଜିତ ଗାଡ଼ିଭଡ଼ା ବାବଦକୁ ବର୍ତ୍ତମାନ ପ୍ରଦାନ କରାଯାଉଥିବା ଦୈନିକ ପାରଣା ଠାରୁ ପ୍ରାୟ ତିନି ଗୁଣା ଅଧିକ ହାରରେ ଭଡ଼ା ପ୍ରଦାନ ପାଇଁ ଚୁକ୍ତିନାମା କାରାଯାଇଛି । ଯାହା ବର୍ତ୍ତମାନ ପ୍ରଦାନ କରାଯାଉଥିବା ଗାଡ଼ିଭଡ଼ା ଠାରୁ ଢେର ଅଧ‌ିକ ହୋଇଥିବାରୁ ଏଥିରେ ମଧ୍ୟ ଦୁର୍ନୀତିର ଗନ୍ଧ ବାରି ହେଉଛି । ଏକ ନିର୍ଦ୍ଦିଷ୍ଟ କମ୍ପାନୀ ସହିତ ବି.ଏମ.ସିର.କି ମଧୁଚନ୍ଦ୍ରିକା ରହିଛି ତାହା ଅନୁସନ୍ଧାନ ସାପେକ୍ଷ । ବି.ଏମ.ସି ବିଭିନ୍ନ କମ୍ପାନୀ ଓ କଣ୍ଟ୍ରାକ୍ଟରମାନଙ୍କୁ ସେମାନଙ୍କର ନିର୍ଦ୍ଦିଷ୍ଟ ସେବା ପାଇଁ ପ୍ରଦାନ କରୁଥିବା ଅର୍ଥରାଶି ସାଧାରଣ ଜନତାଙ୍କର ଟିକସ ପଇସା ହୋଇଥିବାରୁ ଏହି ପଇସାର ବାଟମାରଣାକୁ ରୋକାଯିବା ପାଇଁ ସମସ୍ତସ୍ତରରେ ଉଦ୍ୟମ ହେବା ଆବଶ୍ୟକ ।

ଏହାକୁ ବିସ୍ତରକୁ ନେଇ ରାଜ୍ୟ ସରକାର ବି.ଏମ.ସିରେ ହେଉଥିବା ଏଭଳି ସମସ୍ତ ଅନିୟମିତତା, ବାଟମାରଣା ଓ ଦୁର୍ନୀତିର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବାକୁ ଫରୱାର୍ଡ଼ ବ୍ଲକ ଦାବି କରିଛି । ଏଥିରେ ସମ୍ପୃକ୍ତ ବରିଷ୍ଠ ଅଧିକାରୀମାନଙ୍କ ବିରୁଦ୍ଧରେ ମଧ୍ଯ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ୍‌ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଦାବି କରିଛନ୍ତି ।ଗତ କିଛିଦିନ ଧରି ମହାନଗର ନିଗମ ପରିଷଦ ବୈଠକରେ ଆଲୋଚନା ନ ହୋଇ କୋଟି କୋଟି ଟଙ୍କାର କମ୍ପୁଟର ଓ ଅନ୍ୟାନ୍ୟ ଆସବାବ ପତ୍ର କିଣାରେ ବାଟମାରଣା ଠାରୁ ଆରମ୍ଭ କରି ବିନା ଓ୍ବାର୍କଅର୍ଡ଼ରରେ ସଫେଇ କାମ କରିବାକୁ ବିଭିନ୍ନ ସଂସ୍ଥାମାନଙ୍କୁ ନିୟୋଜିତ କରାଯିବା ଫଳରେ ବି.ଏମ.ସି ଅଧୁନସ୍ଥ ଟି.ଟି.ଏସ୍.ରେ ମଧ୍ଯ ସଠିକ ଭାବରେ କାର୍ଯ୍ୟ ସମ୍ପାଦନ ହୋଇପାରୁନାହିଁ ।

ଫଳରେ ଆଖପାଖ ଅଞ୍ଚଳ ଦୁର୍ଗନ୍ଧମୟ ହେବା ସହ ପରିବେଶ ପ୍ରଦୂଷିତ ହେଉଥିବା ଫରୱାର୍ଡ଼ ବ୍ଲକ୍‌ର ଅନୁସନ୍ଧାନରୁ ଜଣାପଡ଼ିଛି । ଦୀର୍ଘବର୍ଷ ଧରି ବି.ଏମ.ସିକୁ ସ୍ୱଚ୍ଛ ଓ ସୁନ୍ଦର କରିବାରେ ନିଜକୁ ଏବଂ ନିଜର ଗାଡ଼ିଗୁଡ଼ିକୁ ନିୟୋଜିତ କରିଥିବା ବେକାର ଯୁବକଯୁବତୀମାନଙ୍କ ଗାଡ଼ି ଗୁଡ଼ିକୁ ବାଦ୍ ଦେଇ ବିଭିନ୍ନ କମ୍ପାନୀମାନଙ୍କୁ ଅହେତୁକ ଅନୁକମ୍ପା ପ୍ରଦାନ ପୂର୍ବକ ସେମାନଙ୍କ ଜରିଆରେ ଚଢା ଦରରେ ଗାଡ଼ି ଓ ଅନ୍ୟାନ୍ୟ ମେସିନ ଭଡ଼ାରେ ନେବାକୁ ବି.ଏମ.ସି କର୍ତ୍ତୃପକ୍ଷ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି । ଯାହା କାର୍ଯ୍ୟକାରୀ ହେଲେ ଏହି କାର୍ଯ୍ୟରେ ନିୟୋଜିତ ବହୁ ଯୁବକଯୁବତୀମାନେ ରୋଜଗାର ହରାଇ ବେସାହାର ହୋଇପଡ଼ିବେ । ତାହାକୁ ଦୃଷ୍ଟିରେ ରଖୁ ବିଏମ୍‌ସି କର୍ତ୍ତୃପକ୍ଷ ନିଜର ଏଭଳି ଝିଣ୍ଟିକା ମାରି ବଣି ପୋଷିବା ନୀତିରୁ ନିବୃତ୍ତ ରହିବାକୁ ଏହି ସମ୍ବାଦିକ ସମ୍ମିଳନୀରେ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌ର ରାଜ୍ୟ ସଭାପତି ପୂର୍ବଚନ୍ଦ୍ର ପାଢୀ, ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ଭୁବନେଶ୍ଵର ଜିଲ୍ଲା କମିଟିର ସମ୍ପାଦିକା ଲକ୍ଷ୍ମୀ ଦୋରା ପ୍ରମୁଖ ଦାବି କରିଛନ୍ତି |

Advertisement

Latest news
ଡାଟା ଫୋରମ୍ ୨୦୨୪ ଲୋକାର୍ପିତ ଅସ୍ଵାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି କରିବା ଅଭିଯୋଗ ପରେ ସିଲ୍ ହେଲା ମଧୁବନ ରେସ୍ତୋରାଁ ଏଟିଏମ ତାଡି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଲୁଟେରା, ନିଷ୍କ୍ରିୟ ସୋର ପୋଲିସ। କେନାଲ ପାଣି ନେଇ ପୁଣି ଗର୍ଜିଲେ ଚାଷୀ ଆନ୍ଦୋଳନ ସହ ବିକ୍ଷୋଭ ପ୍ରଦର୍ଶନ ବେକରେ ରଶି ଲଗାଇ ଝୁଲି ପଡିଲେ ଦମ୍ପତି ବି.ଏମ.ସିରେ ଅନିୟମିତତା ଓ ଦୁର୍ନୀତିର ଗନ୍ଧ ବାରିହେଉଛି : ଫରୱାର୍ଡ଼ ବ୍ଳକ୍ ଜିଲ୍ଲା ସ୍ତରୀୟ ବିଶ୍ଵ ଶୌଚାଳୟ ଦିବସ ପାଳିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ : ଡିସେମ୍ବର ୪ ରେ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ଭାରତୀୟ ନୌସେନାର ସାମୁଦ୍ରିକ ଦକ୍ଷତା ନମୁନା ପ୍ରଦର୍ଶନ କାର୍ଯ୍ୟକ୍ରମ  ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ