MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଓସିଏ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବବି ଦାସ ।

ଏ ନେଇ ଓସିଏ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଗତ ୨୦୨୨ ମସିହା ଅକ୍ଟୋବର ମାସରେ ଓସିଏର ସଭାପତି ଦାୟିତ୍ୱ ନେଇଥିଲେ ପ୍ରଣବ ପ୍ରକାଶ ଦାସ । ସେ ନିର୍ଦ୍ୱନ୍ଦ୍ୱରେ ଏହି ପଦ ପାଇଁ ନିର୍ବାଚିତ ହୋଇଥିଲେ । ପୂର୍ବରୁ ଏହି ପଦରେ ସଞ୍ଜୟ ବେହେରା ରହିଥିଲେ । ତେବେ ସଭାପତି ଦାୟିତ୍ୱ ନେବାପରେ ଲଗାତାର ଓସିଏର କାର୍ଯ୍ୟ କରିବା ଢାଞ୍ଚାରେ ପରିବର୍ତ୍ତନ ଆସିଥିଲା। ସେ ତାଙ୍କ ଇସ୍ତଫାପତ୍ରରେ ବ୍ୟକ୍ତିଗତ କାରଣ ଦର୍ଶାଇ ଥିବା ସଞ୍ଜୟ କହିଛନ୍ତି। ଆସନ୍ତା ୪୫ ଦିନ ଭିତରେ OCAର ସଭାପତି ପଦ ପାଇଁ ନିର୍ବାଚନ କରାଯିବ। ଏକ ସାଧରଣ ପରିଷଦ ବୈଠକ ଡ଼କାଯାଇ ସଭାପତି ନିର୍ବାଚନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ୮ ମାସ ପରେ ବାରବାଟୀ ଷ୍ଟାଡ଼ିୟମରେ ଏକ ଆନ୍ତଜାର୍ତୀୟ ମ୍ୟାଚ ଖେଳା ଯାଉଥିବାରୁ ସେ ପର୍ଯ୍ୟନ୍ତ ସଭାପତି ପଦରେ ରହିବାକୁ OCA ସମ୍ପାଦକ ସଞ୍ଜୟ ବେହେରା ପ୍ରଣବଙ୍କୁ ଅନୁରୋଧ କରିଥିଲେ। ତେବେ ପ୍ରଣବ ଏହି ପଦରେ ରହିଲେ OCA ପାଇଁ କିଛି କରି ପାରିବେ ନାହିଁ ବୋଲି ସମ୍ପାଦକଙ୍କୁ କହିଥିଲେ। ତେବେ ନିର୍ଦ୍ଦିଷ୍ଟ ଭାବରେ କେଉଁ କାରଣ ପାଇଁ ଅବଧି ସରିବା ପୂର୍ବରୁ ସେ ଇସ୍ତଫା ଦେଲେ ତାହା ସ୍ପଷ୍ଟ ହୋଇନାହିଁ। ତେବେ ବର୍ତ୍ତମାନ ପାଇଁ କାମଚଳା ସଭାପତି ଭାବରେ OCA ଉପ ସଭାପତି ପଙ୍କଜ ଲୋଚନ ମହାନ୍ତି ଦ୍ବାୟିତ୍ବ ତୁଲାଇବେ।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।