MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଖାଲଖମାରେ ଭର୍ତ୍ତି ବୋଡ଼କମୁଆଜିବ୍ ରାସ୍ତା


ମୋ ଟିଭି ଓଡିଶା / ଆଗରପଡ଼ା : ତା୨୬/୮

ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କର ମୌଳିକ ସୁବିଧା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ବାର୍ଷିକ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଡ଼ିଣ୍ଡିମ ପିଟୁଥିବା ବେଳେ ଏହି ଅର୍ଥର ସଦୁପଯୋଗ କେବଳ କାଗଜ କଲମରେ ହେଉଥିବାର ବୋଡ଼କମୁଆଜିବ୍ ଗାଁ ରାସ୍ତାକୁ ଦେଖିଲେ ଜଣାପଡ଼ୁଛି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅଧିନ ୧୧ନଂ ଏବଂ ୧୨ନଂ ୱାର୍ଡ଼ ଅର୍ନ୍ତଗତ ବୋଡ଼କମୁଆଜିବ୍ ଗାଁ । ଏହି ଗାଁର ଲୋକ ସଂଖ୍ୟା ପାଖାପାଖି ୧୫୦୦ । ମାତ୍ର ଏଠାକୁ ଭଲ ରାସ୍ତାଟିଏ ନାହିଁ । ଆଗରପଡ଼ା-ଭଦ୍ରକ ମୁଖ୍ୟ ରାସ୍ତାର ବୋଡ଼କ ଛକ ଠାରୁ ଏକ ରାସ୍ତା ଏହି ଗାଁକୁ ସଂଯୋଗ କରୁଛି । ଯାହାର ଦୂରତା ପାଖାପାଖି ୩୦୦ମିଟର । ଏହି ମୋରମ ବିଛା ରାସ୍ତା ବର୍ଷା ପାଣିରେ ଧୋଇ ହୋଇ ଯିବା ଦ୍ୱାରା ମେଟାଲ ଗୁଡ଼ିକ ଉପରକୁ ଉଠି ଯାତାୟାତରେ ଘୋର ଅସୁବିଧା ସୃଷ୍ଟି କରୁଛି । ଗାଁ ଭିତରକୁ ସଂଯୋଗ କରୁଥିବା ରାସ୍ତାକୁ ଖରା ଦିନିଆ ରାସ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ । ଅନ୍ୟ ଦିନମାନଙ୍କରେ ଦୁଇ ଚକିଆ ଯାନ ଯିବା ଦୂରେ ଥାଉ, ଖାଲି ପାଦରେ ଚାଲି ଯିବା ମଧ୍ୟ ବିପଦ ଶଂକୁଳ । ରାସ୍ତା ସଂକୀର୍ଣ୍ଣତା ଯୋଗୁଁ ଚାରିଚକିଆ ଯାନ ଯିବା ଆଦୈା ସମ୍ଭବ ନୁହେଁ । ଯଦ୍ୱାରା ଦମକଳ କିମ୍ବା ଆମ୍ବୁଲାନ୍ସ ଆସିବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି ଏବଂ ଆସିଲେ ଗାଁ ଠାରୁ ପାଖାପାଖି ୨୦୦ ମିଟର ଦୂରରେ ରହୁଛନ୍ତି । ସଂଧ୍ୟାପରେ ଏହି ରାସ୍ତାରେ ଗଲେ ବିପଦ ଥିବା ଜାଣିଥିବା ସତ୍ତ୍ୱ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର ପାଇଁ ଗାଁ ଲୋକମାନେ ଏହା ଉପରେ ଯାଆଆସ କରିବାକୁ ବାଧ୍ୟ ହେଉଛନ୍ତି । ସେହିପରି ଏଠାରୁ ଛାତ୍ରଛାତ୍ରୀ ଏହି ରାସ୍ତାଦେଇ ପ୍ରତିଦିନ ସ୍କୁଲକୁ ,ଆଗରପଡ଼ା କଲେଜକୁ, କୋମଳମତୀ ଶିଶୁ ଅଙ୍ଗନବାଡ଼ି କେନ୍ଦ୍ର କୁ ଅଧ୍ୟୟନ ପାଇଁ ଆସିଥାନ୍ତି । ସାମାନ୍ୟ ବର୍ଷା ହେଲେ ଏହି ରାସ୍ତାରେ ଖାଲ ସୃଷ୍ଟି ହୋଇ ଆଣ୍ଠୁଏ ଲେଖାଏଁ ପାଣି ଜମା ହୋଇ ଯାଉଛି ଯଦ୍ୱାରା ଗମନା ଗମନରେ ଘୋର ଅସୁବିଧା ସୃଷ୍ଟି ହେଉଛି । ଏହି ଗାଁ ରାସ୍ତାଟି ଜାମମଣି ଛକ ଠାରୁ ଟିଲୋ ପଂଚାୟତ କୁ ଲମ୍ବିଧିବା ପୂର୍ତ୍ତବିଭାଗ ରାସ୍ତାକୁ ମଧ୍ୟ ସଂଯୋଗ କରୁଛି । ଯାହାର ଅବସ୍ଥା ମଧ୍ୟ ଖରାପ । ରାସ୍ତା ଅବସ୍ଥା ଯୋଗୁଁ ଗ୍ରାମବାସୀମାନେ ବ୍ଲକ,ତହସିଲ ଆଦି କାର୍ଯ୍ୟାଳୟ ଓ ଆଗରପଡ଼ା ବଜାରକୁ ଆସିବାରେ ଘୋର ଅସୁବିଧାର ସମ୍ମୁଖିନ ହେବା ସହ ଗାଁ ଭିତରେ ନିର୍ମିତ କଂକ୍ରିଟ ରାସ୍ତା ଏହି ସବୁ ସମସ୍ୟା ଯୋଗୁ ମୂଲ୍ୟହୀନ ହୋଇପଡ଼ିଛି । ରାସ୍ତା ସମସ୍ୟାର ସମାଧାନ କରିବା ପାଇଁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦୃଢ ଦାବି କରିଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।